www.samajalive.in
Friday, December 12, 2025
23.1 C
Bhubaneswar

ଧାନ ମେସିନ ନେଲା ଜୀବନ; ଅମଳ ବେଳେ ପେଶି ହୋଇଗଲେ ଶ୍ରମିକ

ଭଞ୍ଜନଗର: ଭଞ୍ଜନଗର ପୁଲିସ ଉପଖଣ୍ଡ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମରେ ମଙ୍ଗଳବାର ଘଟିଛି ଏକ ଅଭାବନୀୟ ଘଟଣା। ଗାଁର ବୁଲୁ ପାତ୍ର(୩୫) ନାମକ ଜଣେ ଶ୍ରମିକ ଧାନ ଅମଳ କରୁଥିବା ସମୟରେ ଧାନ ମେସିନରେ ଛନ୍ଦି ହୋଇ ​‌ଶୋଚନୀୟ ଭାବେ ତାଙ୍କ ମୃତ୍ୟୁ ଘଟିଛି। ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବୁଲୁ ଧାନ କଲେଇ ହାତରେ ଧରି ମେସିନ ଭିତରେ ଭର୍ତ୍ତି କରିବା ବେଳେ ମେସିନର ପ୍ରେସର୍ ଯନ୍ତ୍ର ଭିତରକୁ ଦୁଇ ହାତ ସହ ସମ୍ପୂର୍ଣ୍ଣ ଶରୀର ପଶିଯାଇଥିଲା। ମେସିନ ଭିତରେ ବୁଲୁଙ୍କ ଶରୀର ପେଶି ହୋଇ ଅତ୍ୟନ୍ତ ଦୟନୀୟ ଭାବେ ମୃତ୍ୟ ଘଟିଛି। ଏପରି ଭୟାନକ ଦୃଶ୍ୟ ବେଳେ କିଛି ମହିଳା ନିକଟରେ ଠିଆ ହୋଇଥିଲ ମଧ୍ୟ ବୁଲୁଙ୍କୁ ବଞ୍ଚାଇ ପାରିନଥିଲେ। ବୁଲୁ ଆର୍ତ୍ତ ଚିତ୍କାର ଛାଡ଼ି ଯନ୍ତ୍ର ଭିତରେ ଚାପି ହୋଇଯାଇଥିଲେ। ଗ୍ରାମର ଜନୈକ ଧାନ ଅମଳ ଯନ୍ତ୍ର ରଖିଥିବା ମାଲିକଙ୍କ ଖଳାରେ ବୁଲୁ ଶ୍ରମିକ ଭାବେ କାମ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ନେଇ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି। ବହୁ କଷ୍ଟରେ ଗ୍ରାମବାସୀ ଧାନ ଅମଳ ଯନ୍ତ୍ରକୁ ଖୋଲି ଛିନ୍ନ ବିଛିନ୍ନ ମୃତଦେହକୁ ଉଦ୍ଧାର କରିଥିଲେ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories