www.samajalive.in
Thursday, December 11, 2025
13.1 C
Bhubaneswar

ମାଣବସା ଧନଲକ୍ଷ୍ମୀ ପୂଜା 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ହନୁମାନ ଜଙ୍ଗସନ କ୍ଲବର ପୂଜା କମିଟି ଆନୁକୂଲ୍ୟରେ ମାଣବସା ଧନଲକ୍ଷ୍ମୀ ପୂଜା  ଅନୁଷ୍ଠିତ ହୋଇଛି । ଆଜି ସକାଳୁ ରୀତିନୀତି ଅନୁଯାୟୀ ପୂଜା ଅଙ୍କୁରାରୋପଣ, ମଣ୍ଡଳ, ସୂର୍ଯ୍ୟ ପୂଜା, ମା ଲକ୍ଷ୍ମୀଙ୍କ ଆବାହନ, ହୋମ ଇତ୍ୟାଦି ପୂଜା ଆରମ୍ଭ କରାଯାଇଛି । ବୁଧବାର ସନ୍ଧ୍ୟାରେ ୧୧ଟି  କଳସ ଯାତ୍ରା କରି ସ୍ଥାନୀୟ ତ୍ରିବେଣୀ ଘାଟ ଠାରୁ ପୁରହିତ ଲାରା ମିଶ୍ରଙ୍କ ଦ୍ୱାରା  ରୀତିନୀତି ଅନୁଯାୟୀ ପୂଜାପାଠ କରି ଗଙ୍ଗାଙ୍କୁ ଆବାହନ  କଳସରେ ସୁବାସିତ ଜଳ ନେଇ ଅସ୍ଥାୟୀ ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ। ଏହାପରେ ବାଣ ଫୁଟାଇ ବାଜାବାଜଣା ବଜାଇ ଜଗନ୍ନାଥମନ୍ଦିରରୁ ଲକ୍ଷ୍ମୀ ଠାକୁରାଣୀଙ୍କ ଠାରୁ  ଆଜ୍ଞାମାଳ ନେଇ ଅସ୍ଥାୟୀ ମଣ୍ଡପରେ ପୂଜା ଆରମ୍ଭ କରିଛନ୍ତି । ମେଡ,ତୋରଣ ଓ ଆଲୋକ ରେ ପୂଜାମଣ୍ଡପ କୁ ସୁସଜିତ କରାଯାଇଛି ।
ଏହା ଚଳିତ ମାସ ୧୩ତାରିଖ ଠାରୁ ୨୪ତାରିଖ ପର୍ଯ୍ୟନ୍ତପୂଜା କରାଯିବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି ।୧୬,୧୭,୧୮ ତାରିଖରେ ବୁଗିବୁଗି,୧୯  ତାରିଖରେ ରାୟଗଡା ର ପିଡ଼ିସି ଡ୍ୟାନ୍ସ ଗ୍ରୁପ , ,୨୧ତାରିଖ ସନ୍ଧ୍ୟାରେ ୩୦୦୧ ଦୀପ ଯଜ୍ଞ ଓ କୋରାପୁଟର ହରଗୌରୀ ଦୃଷ୍ଟି ହୀନ ଭଜନସମାରୋହ,୨୩ତାରିଖରେ ଅର୍ଣ୍ଣ ପ୍ରସାଦ ବଣ୍ଟନ ଓ ୨୪ତାରିଖରେ ଭାଷାଣି ଉତ୍ସବ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।ଏହି ପୂଜାରେ କଲ୍ୟାଣସିଂହପୁରବ୍ଲକରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories