www.samajalive.in
Sunday, December 7, 2025
15.1 C
Bhubaneswar

ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗ୍ରାମ ସୁଲାଗୁଡା

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅଡବା ପଞ୍ଚାୟତ ଅନ୍ତର୍ଗତ ସୁଲାଗୁଡା ଗ୍ରାମ। ଅଡବା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଏହି ଆଦିବାସୀ ଗ୍ରାମରେ ବସବାସ କରନ୍ତି ପ୍ରାୟ ୨୭ ଟି ଆଦିବାସୀ ଘର। ଯେଉଁଠି ପ୍ରାୟ ୧୬୦ ବାସିନ୍ଦା ରହୁଛନ୍ତି। ଏମାନେ ସରକାରଙ୍କଠାରୁ କୌଣସି ପ୍ରକାର ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ସରକାର ଆମ ଗାଁ ଆମ ବିକାଶ ସମେତ ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସରକାରଙ୍କ ସେହି ଯୋଜନାରୁ ଜନସାଧାରଣଙ୍କୁ କେତେ ସୁଫଳ ମିଳୁଛି ସୁଲାଗୁଡା ଗାଁର ବାସ୍ତବ ଚିତ୍ର ହିଁ ବୟାନ କରୁଛି। ବାରମ୍ବାର ଅଞ୍ଚଳବାସୀ ନିଜର ମୌଳିକ ସୁବିଧା ପାଇବା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଓ ମୌଖିକଭାବେ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଲୋକଙ୍କୁ ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି। ଆଜିଯାଏ ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଲୋକେ ଦୈନନ୍ଦିନ ବଜାର ଜିନିଷ କିଣି ମୁଣ୍ଡରେ ବୋହି ନେବାକୁ ପଡୁଛି। ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ରୋଗୀ ଓ ପ୍ରସୁତି ମହିଳାଙ୍କୁ ଖଟରେ ବୋହି ଓ ଦୋଳା କରି ଅଡବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡୁଛି। ଏପଟେ ଗାଁରେ ପାଣି ସମସ୍ୟା ଉତ୍କଟତର। ଗାଁରେ ଥିବା ଏକମାତ୍ର ନଳକୂଅ ହିଁ ଗ୍ରାମବାସୀଙ୍କ ସାହା ଭରସା ଥିବା ବେଳେ ଖରାଦିନରେ ତାହା ସୁଖି ଯିବାରୁ ନାଳ ଓ ଚୂଅାଁ ପାଣି ପିଇବାକୁ ଲୋକେ ବାଧ୍ୟ ହେଉଛନ୍ତି। ଫଳରେ ବିଭିନ୍ନ ଦୁରାରୋଗ୍ୟରେ ଆକ୍ରାନ୍ତ ହେଉଥିବା ନଜିର ରହିଛି। ସେହିପରି ବିଦ୍ୟୁତ ସମସ୍ୟା ନକହିବା ଭଲ। ଗାଁରେ ପ୍ରତିଘରେ ମେନସୁଇଚ୍‍ ଓ ମିଟର ବସିଛି କିନ୍ତୁ ସାଧାରଣ ଲୋକେ ବିଦ୍ୟୁତ ଆଲୋକ ପାଇବାରୁ ବଞ୍ଚିତ। ଗାଁରେ ସ୍କୁଲ ଥିଲେ ମଧ୍ୟ ଶିକ୍ଷକ ବାରମ୍ବାର ଅନୁପସ୍ଥିତ ରହୁଥିବାରୁ ସ୍କୁଲରେ ତାଲା ପଡୁଛି। ଦୁଇଟି ଶିକ୍ଷକ ନିଯୁକ୍ତି ହୋଇଥିଲେ ମଧ୍ୟ ଗୋଟିଏ ଶିକ୍ଷକଙ୍କୁ କାର୍ଯ୍ୟାଳୟରେ ଡେପୁଟେସନରେ ଅଣାଯାଇ ଅଫିସ କାମରେ ନିଯୁକ୍ତି କରାଯାଇଛି। ଗୋଟିଏ ଶିକ୍ଷକଙ୍କ ଦ୍ୱାରା ୩୦ଟି ପିଲାଙ୍କୁ ପାଠ ପଢାଇବା ବହୁ କାଠିକର ପାଠ ବୋଲି ଶିକ୍ଷକ ନିଜେ ମତାମତ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ବଂଶିଧର ଖୋସଲାଙ୍କୁ ପଚାରିବାରୁ ଗାଁ ରାସ୍ତା ଓ ପାଣି ସମସ୍ୟା ତୁରନ୍ତ ସମାଧାନ କରାଯିବ ଓ ଶିକ୍ଷା ବ୍ୟବସ୍ଥା ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସମାଧାନ କରିବୁ ବୋଲି କହିଛନ୍ତି। ପ୍ରତିଶ୍ରୁତିର କାର୍ଯ୍ୟ କେବେ ସମ୍ପୁର୍ଣ୍ଣ ହେବ ତାହା ଦେଖିବାକୁ ଗ୍ରାମବାସୀ ଚାହିଁ ବସିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories