www.samajalive.in
Saturday, December 6, 2025
26.1 C
Bhubaneswar

ପର୍ଯ୍ୟଟନ ଋତୁ ଆରମ୍ଭ ; ଭୀମକୁଣ୍ଡ ଅବ୍ୟବସ୍ଥା ପାଇଁ ପର୍ଯ୍ୟଟକ ଅସନ୍ତୋଷ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ ଏକ ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର । ପାଣ୍ଡବ ମାନେ ଦ୍ବାପର ଯୁଗରେ ଅଜ୍ଞାତ ବାସରେ ଥିବା ବେଳେ ଏହିଠାରେ ସ୍ନାନ କରିବା ସହିତ ତୃଷ୍ଣା ମେଣ୍ଟାଇ ଥିଲେ। ତେଣୁ ଏହାର ନାମକରଣ ମଧ୍ୟ ଭୀମକୁଣ୍ଡ ରଖାଯାଇଛି, ଯାହା କିମ୍ବଦନ୍ତୀ କହେ। ତେବେ ଏହାକୁ ୨୦୦୬ ମସିହାରେ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ କ୍ଷେତ୍ର ହିସାବରେ ସ୍ଥାନ ମିଳିଛି । ସେଇ ଦିନ ଠାରୁ ଆଜି ପର୍ଯ୍ୟନ୍ତ ପିକନିକ ଋତୁରେ ଚଳଚଞ୍ଚଳ ହୋଇ ଉଠେ ଭୀମକୁଣ୍ଡ ।

ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଜନ ମାନସକୁ ବିମୋହିତ କରିଥାଏ। ପୁଣ୍ୟତୈୟା ବୈତରଣୀର ଉଛୁଳା ଜଳରାଶି ପଥର ଉପରୁ ଡେଇଁ ଏକ ପ୍ରପାତ ସୃଷ୍ଟି କରିବାର ଦୃଶ୍ୟ ପରିବେଶକୁ ରମଣୀୟ କରୁଥିବା ବେଳେ ଧଳା ,କଳା ଓ ନେଳି ପଥର ଗହର ଦେଇ ଏକ ବିରାଟ କୁଣ୍ଡକୁ ନୀଳ ଜଳରାଶି ବହି ଆସୁଥିବାର ଦୃଶ୍ୟ ଅତି ରମଣୀୟ ଏହାକୁ ଦେଖିଲେ ଯେ କେହିବି କିଛି କ୍ଷଣ ପାଇଁ ସବୁକିଛି ଭୁଲି ଯାଇଥାଏ । ହେଲେ ପ୍ରକୃତିର ସୌନ୍ଦର୍ଯ୍ୟ ଭରା ଏଇ ଭୀମକୁଣ୍ଡ ପର୍ଯ୍ୟଟନ ମାନ୍ୟତା ପାଇଥିଲେ ମଧ୍ୟ ବହୁ ସମସ୍ୟା ଦେଖା ଦେଇଛି । ତେବେ ଭୀମକୁଣ୍ଡ ଠାରେ ସୁରକ୍ଷା ବାଡ଼ ସହିତ କୁଣ୍ଡ ପାଖରେ ନିର୍ମାଣ ହୋଇଥିବା ଭୀମ ମୂର୍ତ୍ତିର ରଙ୍ଗ ଛାଡି ଯାଇଥିଲା ବେଳେ, କୁଣ୍ଡ ଉପର ପାଖରେ କୌଣସି ସୁରକ୍ଷା ବାଡ଼ ଦେଲେ ବହୁ ମୂଲ୍ୟବାନ ଜୀବନର ସୁରକ୍ଷା ହୋଇ ପାରିବା ସହିତ ପର୍ଯ୍ୟଟକ ମାନେ ଏହାର ଭରପୁର ମଜା ନେଇ ପାରନ୍ତେ।

ଏହା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ, ବଣ ଭୋଜି ପାଇଁ ଏଠାକୁ ବର୍ଷ ସାରା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏହାର ମନରୋମ ଦୃଶ୍ୟ ଉପଭୋଗ କରିବା ପାଇଁ ୱାଚଟାୱାର , ସୁରକ୍ଷାବାଡ଼ , ଉଜ୍ଜ୍ୱଳ ଆଲୋକ, ପକ୍କାରାସ୍ତା , ପାନୀୟ ଜଳ, ଶୌଚାଳୟ , ରହିବା ପାଇଁ କଟେଜ୍ , ବଙ୍ଗଳାଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଏହାକୁ ନେଇ ପର୍ଯ୍ୟଟକଙ୍କ ମନରେ ଅଶାନ୍ତି ଭରି ରହୁଛି। ସେହିପରି ପର୍ଯ୍ୟଟନକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କିଛି ନାହିଁ କି ସେଠାରେ ଶୌଚାଳୟ କିମ୍ବା ରହିବା ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ପର୍ଯ୍ୟଟକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ବା ପର୍ଯ୍ୟଟନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

- Advertisement -

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories