ବୌଦ୍ଧ: ବୌଦ୍ଧ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ୟ୍ୟକ୍ରମର ଉନ୍ମୋଚନ ଉତ୍ସବ କଲେଜ ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ‘ସ୍ବାଭିମାନର ସହ ମା ଓ ମାଟିର ସେବାରେ ବ୍ରତୀ ‘ ହେବାକୁ ଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ କଲେଜ ପରିଚାଳନା କମିଟି ସଭାପତି, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର ଏବଂ କାଉନସିଲର ଶ୍ୟାମସୁନ୍ଦର ବାରିକ ‘ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଛାତ୍ରୀ ମାନଙ୍କ ବିକାଶ ‘ଉପରେ ଆଲୋଚନା କରିଥିଲେ। ଅଧ୍ୟାପକ ଶିବଦତ୍ତ ପଟ୍ଟନାୟକ ଓ ତନୁଶ୍ରୀ କର୍ଣ୍ଣ ମଞ୍ଚପରିଚାଳନା କରିଥିଲେ। ସ୍ବାଗତ ସଙ୍ଗୀତ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଛାତ୍ରୀ ମାନଙ୍କ ଦ୍ବାରା ପରିବେଶିତ ହୋଇଥିଲା।କଲେଜ ର ଅଧ୍ୟାପକବର୍ଗ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।
Popular Categories



