www.samajalive.in
Friday, December 12, 2025
23.1 C
Bhubaneswar

ବିଶ୍ୱଶାନ୍ତି ପାଇଁ ଦେବ ଦୀପାବଳିରେ ଶ୍ରୀରାମ ମନ୍ଦିରଠାରେ ୫୦୦୦ ସାମୂହିକ ଦୀପଦାନ କରାଯିବ

ଭୁବନେଶ୍ୱର: ପବିତ୍ର ଦେବ ଦୀପାବଳୀ ଉପଲକ୍ଷେ ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଓ ବିଶ୍ୱଶାନ୍ତି ପାଇଁ ପାଞ୍ଚ ହଜାର ଘିଅଦୀପ ପ୍ରଜ୍ଜ୍ୱଳିତ କରାଯିବ। ବୁଦ୍ଧ ମନ୍ଦିରଠାରେ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ  ସମାଜସେବୀ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଥିଲେ ଯେ ଆମ ସଂସ୍କୃତି ଓ ପରମ୍ପରାରେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତ କାର୍ଯ୍ୟରେ ସମ୍ପୃକ୍ତ କରାଯାଇଛି। ଦେବ ଦୀପାବଳୀ ଉତ୍ସବ ୩ ଦିନ ଧରି ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ। ମାର୍ଗଶିର ମାସ କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିନିଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରାଦ୍ଧ ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଚତୁର୍ଦ୍ଦଶୀ ଦିନ ମା, ଅଦିତି ଓ କଶ୍ୟପଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯାଉଥିବା ବେଳେ ଅମାବାସ୍ୟା ଦିନ ଦଶରଥ, କୌଶଲ୍ୟା ଓ ଶୁକ୍ଳ, ପ୍ରତିପଦାରେ ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଓ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡି• ମା’ଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯିବାର ପରମ୍ପରା ଚଳି ଆସୁଛି।

ସେହି ପବିତ୍ର କାର୍ଯ୍ୟକ୍ରମକୁ ସ୍ମରଣ କରି ଗତ ୬ ବର୍ଷ ହେବ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ପାଇଁ ତଥା ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଦୀପ ଦାନ କରାଯାଉଅଛି। ଚଳିତବର୍ଷ ଏହି କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଆସନ୍ତା ଡିସେମ୍ବର ୧୩ ତାରିଖ ବୁଧବାର ସନ୍ଧ୍ୟା ୬ ଘଟିକା ସମୟରେ ୟୁନିଟ୍-୩ ଶ୍ରୀରାମ ମନ୍ଦିର ପରିସରରେ ୫୦୦୦ ଘୃତ ଦୀପ ପ୍ରଜ୍ଜ୍ୱଳିତ କରାଯିବ।

- Advertisement -

ଅନୁଷ୍ଠାନର ଅଧ୍ୟକ୍ଷ ବାସ୍ତୁବିତ ଡ. ମନୋଜ ଲେଙ୍କା କହିଥିଲେ ଯେ ଏହି ଦିନ ପରିବାରର ମଙ୍ଗଳ ପାଇଁ ପ୍ରତ୍ୟେକ ଗୃହସ୍ଥ ନିଜର ପିତାମାତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଘୃତ ଦୀପଟିଏ ଜାଳିଲେ ମାନସିକ ଶାନ୍ତି ପାଇବା ସହ ପରିବାରର ମଙ୍ଗଳ ହେବ। ପ୍ରୟାସର ସଭାପତି ଆଡ଼ଭୋକେଟ ବନ ମହାନ୍ତି ଏହି ମହତ୍ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେଇ ପୂଣ୍ୟ ଅର୍ଜନ କରିବାକୁ ନିବେଦନ କରିଥିଲେ। ଡଃ ଜ୍ଞାନେନ୍ଦ୍ର ଆହୁରି କହିଲେ ଯେ, କହିଲେ ଯେ, ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥଙ୍କ ସହ ବିଦ୍ୱାନ, ପଣ୍ଡିତ ଓ ଯୁବଛାତ୍ରମାନେ ଯୋଗ ଦେବେ, ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories