www.samajalive.in
Sunday, December 7, 2025
16.1 C
Bhubaneswar

ଅଗ୍ନିପଥ ଯୋଜନା ଆମ ପାଇଁ ପଥ ପ୍ରଦର୍ଶକ – ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ

ଡେସ୍କ: ଆର୍ମି ଷ୍ଟାଫ୍ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ଅଧିକ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି।ପୁଣେ ସ୍ଥିତ ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଏହି ଯୋଜନାରେ ସୁନିଶ୍ଚିତ ହେବ ଯେ ସର୍ବଶ୍ରେଷ୍ଠ ବ୍ୟକ୍ତିମାନେ ମୂଳ ଶକ୍ତି ଭାବରେ ରହିବେ ଏବଂ ୟୁନିଟ୍ ଗୁଡିକରେ ଅଗ୍ନିବୀର ମାନଙ୍କ ସମନ୍ୱୟ ରହିବ। ସେ କହିଛନ୍ତି, ସେମାନଙ୍କର ମୂଲ୍ୟାଙ୍କନ ଏବଂ ସେବାରେ ରଖିବା ସମ୍ପୁର୍ଣ୍ଣ ଯୋଗ୍ୟତା ଉପରେ ଆଧାରିତ।

ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ଜେନେରାଲ ପାଣ୍ଡେ କହିଛନ୍ତି, ସେମାନେ ନିଜ ନିଜ ୟୁନିଟର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ସେନା ବାହିନୀରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗିତା ଉପରେ ଗୁରୁତ୍ୱାରୋପ କରି ସେନା ମୁଖ୍ୟ କହିଛନ୍ତି, ପ୍ରତ୍ୟେକ କାର୍ଯ୍ୟକୁ କେବଳ ଜଣେ ଇଞ୍ଜିନିୟର ଭାବରେ ନୁହେଁ ବରଂ ଏକ ସମସ୍ୟାର ସମାଧାନକାରୀ ତଥା ଅଭିନବ ଭାବରେ ଗ୍ରହଣ କରନ୍ତୁ। ନୂତନ ଯୁଗର ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଏବଂ ପାରମ୍ପରିକ ପଦ୍ଧତିଠାରୁ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ସେନା ମୁଖ୍ୟ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories