www.samajalive.in
Monday, December 8, 2025
24.1 C
Bhubaneswar

ଆରଏସ୍‍ଏସ୍‍ର ସଂକଳ୍ପ ଯାତ୍ରା ପ୍ରତି ଉତ୍ସାହ ନାହିଁ

ନୂଆଦିଲ୍ଳୀ: ରାମ ମନ୍ଦିର ନିର୍ମାଣ ପାଇଁ ଜନସମର୍ଥନ ହାସଲ ଲକ୍ଷ୍ୟରେ ଆରଏସ୍‍ଏସ୍‍ର ଶାଖା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ‘ସଂକଳ୍ପ ଯାତ୍ରା’ର ପ୍ରଥମ ଦିନରେ ଉତ୍ସାହ ନଥିବା ଦେଖାଯାଇଛି। ଏହି ପଦଯାତ୍ରାରେ ୨ ଲକ୍ଷ ଲୋକ ଯୋଗଦେବେ ବୋଲି ଆରଏସଏସ୍‍ର କର୍ମକର୍ତ୍ତାମାନେ ଆକଳନ କରିଥିବା ବେଳେ ପ୍ରଥମ ଦିନରେ ମାତ୍ର ୧୦୦ ଜଣ ଯୋଗ ଦେଇଥିଲେ।
ନୂଆଦିଲ୍ଲୀର ଝଣ୍ଡେୱାଲା ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ସଂକଳ୍ପ ଯାତ୍ରା ୯ ଦିନ ଧରି ଚାଲିବ। ଡିସେମ୍ବର ୯ ତାରିଖ ଦିନ ରାମଲୀଲା ମୈଦାନରେ ଏକ ବିରାଟ ଜନସମାବେଶ ଆୟୋଜିତ ହେବ। ସେଠାରେ ସଂକଳ୍ପ ଯାତ୍ରାରେ ଭାଗ ନେଇଥିବା ଲୋକମାନେ ଯୋଗଦେବେ। ଏ ସମ୍ପର୍କରେ ମଞ୍ଚର ସହଆବାହକ କମଲ୍‍ ତିୱାରୀ କହିଛନ୍ତି ଯେ ପ୍ରଥମ ଦିନ କେବଳ କିଛି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସଦସ୍ୟଙ୍କ ସଂଖ୍ୟା ବଢ଼ିବ। ୯ ତାରିଖ ଦିନ ପ୍ରାୟ ୬ ରୁ ୮ ଲକ୍ଷ ଲୋକ ଯୋଗଦେବେ।
ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦେଇଛନ୍ତି। ତେଣୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ କରି ନ ପାରନ୍ତି ବୋଲି ସ୍ୱଦେଶୀ ଜାଗରଣ ମଞ୍ଚ ସମେତ ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ଧାର୍ମିକ ସଂଗଠନଗୁଡ଼ିକ ଆଶଙ୍କା କରି କେନ୍ଦ୍ର ସରକାରଙ୍କୁ ଅଧ୍ୟାଦେଶ ଆଣିବା ପାଇଁ ଚାପ ପକାଉଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ନ କରି ରାମ ମନ୍ଦିର ନିର୍ମାଣ କରିବାକୁ ହିନ୍ଦୁ ସଂଗଠନ ଗୁଡ଼ିକ ଦାବି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜନସମର୍ଥନ ପାଇଁ ରାଲିର ଆୟୋଜନ କରାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories