www.samajalive.in
Monday, December 8, 2025
14.1 C
Bhubaneswar

କାମାକ୍ଷା ଦର୍ଶନ ନିମନ୍ତେ ବାହାରିଲେ ବରିଷ୍ଠ ନାଗରିକ

ସମ୍ବଲପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅର୍ନ୍ତଗତ ବୁଧବାର ସମ୍ବଲପୁର ରେଳ ଷ୍ଟେସନରୁ ୮ଟି ଜିଲାର ୯୭୦ ଜଣ ଯାତ୍ରୀ ମାନେ ତୀର୍ଥଯାତ୍ରାରେ ବାହାରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୋଜନା ଅନୁଯାୟୀ ଚଳିତ ବର୍ଷ ବରିଷ୍ଠ ତୀର୍ଥ ଯାତ୍ରୀ ମାନେ କୋଲକତା ଓ କାମାକ୍ଷା ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କ ସହିତ ୩୦ ଜଣ ଏସ୍କଟ ଅଫିସର ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଦେଓଗଡ଼, ଅନୁଗୁଳ ଜିଲ୍ଲାର ବରିଷ୍ଠ ନାଗରିକ ଏହି ଯାତ୍ରାରେ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଭାସୀ ମାଧ୍ୟମରେ ସମସ୍ତ ତୀର୍ଥଯାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣେଇବା ସହିତ ସେମାନଙ୍କ ସଫଳ ଯାତ୍ରା କାମନା କରିଥିଲେ। ବରିଷ୍ଠ ନାଗରିକଙ୍କ ଯାତ୍ରା ଖର୍ଚ୍ଚ, ରହିବା, ଖାଇବା ଏବଂ ଅନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାରେ ସରକାର ସମସ୍ତ ପ୍ରକାର ସହଯୋଗ କରିଛନ୍ତି। ତୀର୍ଥ ଯାତ୍ରା ପରିଭ୍ରମଣ କରି ଆପଣ ମାନେ ଦିବ୍ୟ ଅନୁଭୂତି ପାଇପାରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି। ତୀର୍ଥ ଯାତ୍ରା କରିବା ଆମ ପକ୍ଷେ ସମ୍ଭବ ନ ଥିଲା କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ ସାକାର କରିଛନ୍ତି ବୋଲି ତୀର୍ଥଯାତ୍ରୀ ମାନେ କହିଛନ୍ତି। ଏହି ପରିଣତ ବୟସରେ ତୀର୍ଥ ଭ୍ରମଣ କରିବାର ସୁଯୋଗ ମିଳିଥିବାରୁ ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା ଏବଂ ପ୍ରତିକ୍ରିୟାରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ଜଣେଇଛନ୍ତି।

ଏହି ସ୍ଵତନ୍ତ୍ର ଟ୍ରେନଟି ୧୧ ଟା ୩୦ ମିନିଟ ସମୟରେ ଷ୍ଟେସନ ଛାଡିଥିଲା। କାର୍ୟ୍ୟକ୍ରମରେ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ପରାମର୍ଶଦାତା ଦୁର୍ଗା ପ୍ରସାଦ ସାମନ୍ତରାୟ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଜିଲ୍ଲା ପରିଷଦ ସଭାପତି କୁମଦିନୀ ନାୟକ, ଉତ୍ତରାଞ୍ଚଳ ରାଜସ୍ବ କମିସନର ଡ. ସୁରେଶ ଚନ୍ଦ୍ର ଦଳାଇ, ସମ୍ବଲପୁର ମହାନଗର ନିଗମ କମିସନର ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ସଦର ଉପ ଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ଅତିଥି ମାନେ ତୀର୍ଥଯାତ୍ରୀ ମାନଙ୍କୁ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଥିବା କିଟ ବ୍ୟାଗ ପ୍ରଦାନ କରିଥିଲେ। ସମ୍ବଲପୁରୀ ନୃତ୍ୟର ତାଳେତାଳେ, ଶଙ୍ଖ ହୁଳହୁଳି ଦେଇ ତୀର୍ଥ ଯାତ୍ରୀଙ୍କୁ ବିଦାୟ ଦିଆଯାଇଥିଲା। ଏହି ତୀର୍ଥ ଯାତ୍ରୀମାନେ ତୀର୍ଥ ପରିଭ୍ରମ କରି ଆସନ୍ତା ୧୧ ଡିସେମ୍ବର ଦିନ ସମ୍ବଲପୁର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories