www.samajalive.in
Saturday, December 6, 2025
26.1 C
Bhubaneswar

ହାତୀ ଆକ୍ରମଣରେ ଜଣେ ମୃତ

ବଣେଇ: ସୁନ୍ଦରଗଡ ଜିଲା ବଣେଇ ଉପଖଣ୍ଡର ଗୁରୁଣ୍ଡିଆ ଥାନା ତାମଡ଼ା ରେଞ୍ଜ କୁଲେଇବଗା ଗ୍ରାମର ସୁଖଦେଵ ପାତ୍ର ବିଳମ୍ବିତ ରାତିରେ ଧାନ ବେଙ୍ଗଳା ସାରି ଘରକୁ ଫେରୁଥିବା ବେଳେ ଅଚାନକ ହାତୀର ସମ୍ମୁଖୀନ ହୋଇଥିଲେ । ସେଠାରୁ ସେ ପ୍ରାଣ ବିକଳରେ ଦୌଡ଼ି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁଖଦେଵ ପାତ୍ରଙ୍କ ମୃତ୍ୟୁ ହୋଇଥିବାର ଗ୍ରାମବାସୀଙ୍କ ଠାରୁ ସୂଚନା ଦେଇଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ବିଗତ କିଛିଦିନ ପୂର୍ବରୁ ସ୍ଥାନୀୟଅଞ୍ଚଳରେ ଚାରି ପାଞ୍ଚଟି ଗ୍ରାମରେ ହାତୀପଲ ଧାନ ଫସଲ, କନ୍ଦା ଫସଲ ନଷ୍ଟ କରିବା ସହିତ ଘର ଭାଙ୍ଗୁଥିବା ଘଟଣାକୁ ନେଇ ଗ୍ରାମବାସୀ ଅତିଷ୍ଟ ହୋଇ ବନ ବିଭାଗକୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ବନବିଭାଗ ହାତୀପଲ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉ ନଥିଲେ । ସେଥିପାଇଁ ଶନିବାର ଏହି ଅଞ୍ଚଳରେ ଏମିତି ଦୁଃଖଦ ଘଟଣା ଘଟିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories