www.samajalive.in
Monday, December 8, 2025
24.1 C
Bhubaneswar

ଜଜ୍‍ ବୁଶ୍‍ଙ୍କ ପରଲୋକ

ୱାଶିଂଟନ୍‍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଶୀତଳ ଯୁଦ୍ଧ ସମୟର ପରବର୍ତ୍ତୀ ବିଶ୍ୱ ନାୟକ ଜଜ୍‍ ଏଚ୍‍ ଡବ୍‍୍ୟୁ ବୁଶ୍‍ଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି। ଏକମାସ ପୂର୍ବରୁ ତାଙ୍କ ପତ୍ନୀ ବରବାରା ବୁଶ୍‍ଙ୍କ ପରଲୋକ ହୋଇଯାଇଥିଲା। ଆମେରିକାର ୪୧ତମ ରାଷ୍ଟ୍ରପତି ହେବାର ଗୌରବ ଲାଭ କରିଥିବା ଜଜ୍‍ ଏଚ୍‍ ଡବ୍‍୍ୟୁ ବୁଶ୍‍ ସୋଭିଏତ୍‍ ସଂଘର ବିଲୋପ ଓ ସଦ୍ଦାମ ହୁସେନ୍‍ଙ୍କ ରାଜତ୍ୱରୁ ଇରାକ୍‍କୁ ମୁକୁଳାଇବା ଲାଗି କରିଥିଲା ଯୁଦ୍ଧ ଅଭିଯାନ ପାଇଁ ପ୍ରସିଦ୍ଧ ଥିଲେ। ତାଙ୍କ ସୁୁପୁତ୍ର ଜଜ୍‍ ଡବ୍‍୍ୟୁ ବୁଶ୍‍ ପରବର୍ତ୍ତୀ ସମୟରେ ଆମେରିକାର ରାଷ୍ଟ୍ରପତି ପଦରେ ୮ ବର୍ଷ ପାଇଁ ରହିଥିଲେ। ଜଜ୍‍ ଏଚ୍‍ ଡବ୍‍୍ୟୁ ବୁଶ୍‍ ଆମେରିକାର ସବୁଠାରୁ ଦୀର୍ଘାୟୁ ପୂର୍ବତନ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। କାରଣ ଆମେରିକାର ସମସ୍ତ ପୂର୍ବତନ ରାଷ୍ଟ୍ରପତିଙ୍କ ୯୪ ବର୍ଷ ପୂର୍ବରୁ ଦେହାନ୍ତ ହୋଇଥିଲା। ଆମେରିକା ଜଣେ ସୁଦକ୍ଷ ପ୍ରଶାସକ ଓ ଦେଶଭକ୍ତଙ୍କୁ ହରାଇଲା ବୋଲି ପୂର୍ବତନ ରାଷ୍ଟ୍ରପତି ବାରାକ୍‍ ଓବାମା କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories