www.samajalive.in
Thursday, December 11, 2025
16.1 C
Bhubaneswar

ଲେଜର ସ୍କାନିଂ କହିବ ରତ୍ନଭଣ୍ଡାରର ସତ, ପ୍ରଥମ ଦିନରେ ୩୭ଟି ପଏଣ୍ଟରେ ଲେଜର ସ୍କାନିଂ

ପୁରୀ: ଦୀର୍ଘ ପ୍ରତିକ୍ଷା ପରେ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କାର୍ଯ୍ୟ ଆରମ୍ଭ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରରେ ଲେଜର ସ୍କାନିଂ ହେଉଛି। ପ୍ରଥମ ଦିନର ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ହୋଇଛି। ପ୍ରଥମ ଦିନରେ ଉତ୍ତର-ପଶ୍ଚିମ ଏବଂ ଉତ୍ତର ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଛି। ଥ୍ରୀଡି ରୋଟେଟିଂ ଲେଜର ସ୍କାନିଂ ଟେକ୍ନିକାଲ ଟିମ ଦ୍ବାରା ଏହି ପ୍ରକ୍ରିୟା ଜାରି ରଖିଛି। ଉତ୍ତର-ପଶ୍ଚିମ ଏବଂ ଉତ୍ତର ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଛି।

ଆସନ୍ତାକାଲି ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥର ଉତ୍ତର ଭାଗରେ ସ୍କାନିଂ ହେବ ବୋଲି ଏଏସଆଇ ଅଧୀକ୍ଷକ ଡି.ବି.ଗଡ଼ନାୟକ ସୂଚନା ଦେଇଛନ୍ତି। ଯାଞ୍ଚ ପରେ ଏଏସଆଇ ସବିଶେଷ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦେବ ବୋଲି ସେ ପ୍ରକାଶ କରିଛନ୍ତି। ବୈଷୟିକ କମିଟି ସଦସ୍ୟ ଏନସି ପାଲ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସମହାପାତ୍ର ପ୍ରମୁଖ ଆଜି ଲେଜର ସ୍କାନିଂ ସମୟରେ ଉପସ୍ଥିତ ଥିଲେ।

- Advertisement -

ଏଏସଆଇର ୭ ଜଣିଆ ଟେକ୍ନିକାଲ ଟିମ ଏହି ଲେଜର ସ୍କାନିଂ କରୁଛନ୍ତି। ଏହାଛଡା ବୈଷୟିକ କୋର କମିଟି ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ଟିମ ବି ଉପସ୍ଥିତି ଅଛନ୍ତି। ରତ୍ନଭଣ୍ଡାର କାନ୍ଥରେ ଅନେକ ଫାଟ ରହିବା ସହ କାନ୍ଥ ଓଦାଳିଆ ଥିବା ଯାଞ୍ଚ ରିପୋର୍ଟରେ ଜଣାପଡିଥିଲା। ଆଉ ଲେଜର ସ୍କାନିଂ ପରେ ସ୍ଥିତି ଜଣାପଡିବ ବୋଲି ଆଶା କରାଯାଉଛି। ସ୍କାନିଂ ପରେ ଏଏସଆଇ ରିପୋର୍ଟ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories