www.samajalive.in
Monday, December 8, 2025
24.1 C
Bhubaneswar

୧୦ ଦିନ ଭିତରେ ଡିପ୍‌ଫେକ୍‌ ବିରୋଧରେ ଲାଗୁ ହେବ ନୂଆ ଆଇନ: ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଡିପ୍‌ଫେକ୍‌ ବିରୋଧରେ ଲାଗୁ ହେବ ନୂଆ ଆଇନ। ଖୁବ୍‌ଶୀଘ୍ର ଏହି ଆଇନ ପ୍ରଣୟନ ହେବ ବୋଲି କହିଛନ୍ତି କେନ୍ଦ୍ର ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଡିପ୍‌ଫେକ୍‌ ପ୍ରସଙ୍ଗରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ସହ ବୈଠକ ପରେ ଅଶ୍ବିନୀ ବୈଷ୍ଣବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମେ ସମସ୍ତେ ସହମତ ହୋଇଛୁ ଯେ ଆସନ୍ତା ୧୦ ଦିନ ମଧ୍ୟରେ ଡିପ୍‌ଫେକ୍‌ ବିରୋଧରେ ସ୍ପଷ୍ଟ ଓ କାର୍ଯ୍ୟାନୁଷ୍ଠାନମୂଳକ ଆଇନ ଆଣିବୁ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅନ୍ୟ ଟେକ୍‌ କମ୍ପାନୀମାନେ କହିଛନ୍ତି ଯେ, ଡିପ୍‌ଫେକ୍‌ ବାସ୍ତବରେ ସମାଜ ପାଇଁ ଖୁବ୍‌ ହାନିକାରକ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଜିଠାରୁ ଖସଡ଼ା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ। ଖୁବ୍ କମ୍ ସମୟ ମଧ୍ୟରେ ଡିପ୍‌ଫେକ୍‌କୁ ନେଇ ଏକ ନୂତନ ଆଇନ ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ ହେବ।

- Advertisement -

ମନ୍ତ୍ରୀ କହିଛନ୍ତି ଯେ, ଡିପ୍‌ଫେକ୍‌ ଗଣତନ୍ତ୍ର ପାଇଁ ଏକ ନୂତନ ବିପଦ ସାଜି ଉଭା ହୋଇଛି। ବୈଷ୍ଣବ କହିଛନ୍ତି, “ଆମର ପରବର୍ତ୍ତୀ ବୈଠକ ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ, ଯାହା ଆଜିର ନିଷ୍ପତ୍ତି ଉପରେ ଆଧାରିତ ହେବ। ଡିପ୍‌ଫେକ୍‌କୁ ନିୟନ୍ତ୍ରଣ କରିବା ନିୟମରେ କ’ଣ ଅନ୍ତର୍ଭୂକ୍ତ କରାଯିବା ଉଚିତ ତାହା ପରବର୍ତ୍ତୀ ବୈଠକରେ ସ୍ଥିର ହେବ।’’

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଅନେକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଭିଡିଓ ମଧ୍ୟ ସାମିଲ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ଗର୍‌ବା ନାଚୁଥିବା ଦେଖିବାକୁ ମିଳିଥିଲା।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories