www.samajalive.in
Monday, December 8, 2025
14.1 C
Bhubaneswar

ହରଭଙ୍ଗାକୁ ଲମ୍ବିଲାଣି ଗଞ୍ଜେଇ ଚେର: ପୁଲିସ, ଅବକାରୀ ନିଦ୍ରାରେ

ହରଭଙ୍ଗା: ବୌଦ୍ଧ, କଣ୍ଟାମାଳ ପରେ ଏବେ ହରଭଙ୍ଗା ଥାନା ଅଞ୍ଚଳରେ ଗଞ୍ଜେଇ ଚାଷର ଚେର ଲମ୍ବିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ପାର୍ଶ୍ବରେ ରହିଥିବା ପଡ଼ିଆ ଜମିରେ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ ଲାଗିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଚାରିଛକ ଅବକାରୀ ଥାନାଠାରୁ ମାତ୍ର ୧୮କିଲୋମିଟର ଦୂରରେ ଥିବା ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ସନ୍ନିକଟରେ ପାଖାପାଖି ୨ଶହ ଗଞ୍ଜେଇ ଗଛ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ମାଫିଆମାନେ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଚାଷକରି ଭଲ ଦି ପଇସା ରୋଜଗାର କରି ପାରୁଥିବାବେଳେ ଏ ବାବଦରେ ଅବକାରୀ ଏବଂ ପୁଲିସ ବିଭାଗ ପାଖରେ ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପଟେ ବୌଦ୍ଧ, କଣ୍ଟାମାଳ ପରେ ଗତବର୍ଷଠାରୁ ଏହି ଟ୍ରେଣ୍ଡ ହରଭଙ୍ଗା ବ୍ଲକରେ ଆରମ୍ଭ ହୋଇଛି। ଗତବର୍ଷ ଅବକାରୀ-ପୁଲିସ ମିଳିତ ଚଢଉରେ ବୌଦ୍ଧ-କନ୍ଧମାଳ ସୀମାନ୍ତ ଭୀମଖୋଲ ଜଙ୍ଗଲରେ ୩୨ଏକର ଜମିରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୩କୋଟି ୨୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।

ପ୍ରକାଶ ଯେ, ବୌଦ୍ଧର ପୂର୍ବତନ ଏସ.ପିଭାବେ ପ୍ରହଲ୍ଲାଦ ସାହାଇ ମୀନାଙ୍କ ସମୟରେ ଗଞ୍ଜେଇ କାରବାର ଏବଂ ଗଞ୍ଜେଇ ଚାଷ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ବାଡ ଫସଲ ଖାଇବା ନ୍ୟାୟରେ ଗଞ୍ଜେଇ କାରବାରରେ ଲିପ୍ତ ଥିବା ବିଭିନ୍ନ ପୁଲିସ କର୍ମଚାରୀଙ୍କୁ ବିଭିନ୍ନ ଥାନାକୁ ଅଦଳବଦଳ କରି ଏଥିରେ ପ୍ରାଥମିକ ରୋକ ଲଗାଇଥିଲେ।ଏହା ସହିତ ରାତିରେ ବିଭିନ୍ନ ପୁଲିସ ପୋଷ୍ଟରେ ଯାଞ୍ଚ ପରେ ଜିଲ୍ଲାରେ ଗଞ୍ଜେଇ କାରବାର ମାମଲା ହ୍ରାସ ପାଇଥିଲା। ଏହା ସହିତ ଅବକାରୀ ବିଭାଗ ସହିତ ପୁଲିସର ମିଳିତ ସହଯୋଗରେ ଗଞ୍ଜେଇ ଚାଷ ଅଂଚଳ ଚିହ୍ନଟ କରାଯାଇ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯିବା ପ୍ରକିୟା ହାତକୁ ନିଆଯାଇଥିଲା। ବିଶେଷକରି ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ଏରିଆର ଭୀମଖୋଲ ଜଙ୍ଗଲ ପରେ ଏବେ ହରଭଙ୍ଗା ଥାନା ଏରିଆରେ ରହିଥିବା ବାଇସିପଡ଼ା ମୁଣ୍ଡେଶ୍ୱର ଜଙ୍ଗଲ ପାର୍ଶ୍ବବର୍ତୀ ଅଂଚଳରେ ଗଞ୍ଜେଇ ଗଛ ଲଗାଯିବା ଘଟଣା ସାମାନାକୁ ଆସିଛି। ଏ ଦିଗରେ ପୁଲିସ ଏବଂ ଅବକାରୀ ବିଭାଗ ତ୍ୱରିତ ପଦେକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବୀ ଉଠୁଛି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories