www.samajalive.in
Saturday, December 6, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ ବିହନ ଓ ସାର ବଣ୍ଟନ

ଜି ଉଦୟଗିରି : ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ ବିହନ ଓ ସାର ବଣ୍ଟନ। ଜି ଉଦୟଗିରି ବ୍ଳକ ଅନ୍ତର୍ଗତ ରାଇକୋଲା ପଞ୍ଚାୟତର ସାକାଡ଼ିଓ ଦାକପଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗଦେଇ ବିହନ ଓ ସାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆଦିବାସୀ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ (ବାଲିଗୁଡ଼ା) ସମୀରଣ ନୟକ, ଜିଲ୍ଲା କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ସହକାରୀ ଉଦ୍ୟନବିତ୍ ପ୍ରତିଭା ପ୍ରଧାନ, ସହକାରୀ କୃଷୀ ଅଧିକାରିଣୀ ପ୍ରିୟଦର୍ଶିନୀ ମଲିକ,ପୂର୍ବତନ ସରପଂଚ ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏକ ୧୩ ଜଣିଆ କମିଟି ଗଠନ କରିବା ସହ ଜନଜାତି ଜୀବିକା ସାଥି ମଧ୍ୟ ଚୟନ କରାଯାଇଥିଲା। ଉକ୍ତ ଗ୍ରାମକୁ ଆଦର୍ଶ ଗ୍ରାମ ଭାନେ ନେବା ସହ ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଅଧିକ କାର୍ଯ୍ୟ କରାଯାଇପାରିବ ସେ ଦିଗରେ ଗୁରୁତ୍ଵାରୋପ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆଦିବାସୀ ଉନ୍ନୟନ ପ୍ରକଳ୍ପର ବିଷୟ ବସ୍ତୁ ବିଶେଷଜ୍ଞ ରାଜେଶ ପ୍ରଧାନ ପରିଚାଳନା କରିଥିବା ବେଳେ କୃଷି ଅଧିଦର୍ଷକ କାଳୀ ଚରଣ ସାହୁ ସହଯୋଗ କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories