www.samajalive.in
Friday, December 12, 2025
19.1 C
Bhubaneswar

ସିଲ ହୋଟେଲରୁ ବିଦେଶୀ ମଦ ଚୋରି

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରୁ ବଲାଙ୍ଗୀର ଯିବା ରାସ୍ତା ଉପରେ ଥିବା ଠିପି ଖୋଲା ବିଦେଶୀ ମଦ ବାର ମିଡ଼ ଟାଉନ ରୁ ଗତକାଲି ମଦ ସହ ଟଙ୍କା ଓ ଅନ୍ୟାନ ଜରୁରୀ କାଗଜ ପତ୍ର ଚୋରି ହୋଇଥିବା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ କଣ୍ଟାବାଞ୍ଜି ବଲାଙ୍ଗୀର ରାସ୍ତାରେ ରହିଥିବା ହୋଟେଲ ମିଡ଼ଟାଉନ ରେ ଗତ କିଛି ମାସ ଆଗରୁ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଅବକାରୀ ବିଭାଗ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ପରେ ଜାଣିବାକୁ ପାଇଲା ଯେ ସେହି ବାରରେ କାଗଜ ପତ୍ର ମୁତାବକ ଯେତେ ମଦ ମହଜୁଦ ରହିବା କଥା ତା ଠାରୁ ଅଧିକ ମଦ ରହିଥିଲା, କାଗଜ ପତ୍ରରେ ମଧ୍ୟ ଅନିୟମିତତା ରହିଥିବା ଜାଣିବା ପରେ ହୋଟେଲ ଏବଂ ବାରକୁ ସିଲ କରି ଦେଇଥିଲା। ସେହିଦିନ ଠାରୁ ବାର ସିଲ ରହିଥିବାବେଳେ ଶନିବାର ବିଳମ୍ବିତ ରାତିରେ ପଛ ପଟରେ ଲାଗିଥିବା ଗ୍ରିଲଗେଟର ତାଲା ଭାଙ୍ଗି ଚୋରମାନେ ଭିତରେ ପଶିଥିଲେ ଏବଂ ହୋଟେଲ ଓ ବାର ଭିତରେ ଥିବା ବିଦେଶୀ ମଦ ସାଙ୍ଗକୁ ଲକରକୁ ଭାଙ୍ଗି ଟଙ୍କା ଏବଂ କେତକ ଜରୁରୀ କାଗଜ ପତ୍ର ଚୋରି କରି ନେଇ ଯାଇଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବଲାଙ୍ଗୀର ସାଇଣ୍ଟିଫିକ ପହଞ୍ଚି ଯାଞ୍ଚ କରୁଛି। ଅବକାରୀ ବିଭଗ ମଧ୍ୟ ଘଟଣା ସ୍ଥଳକୁ ତଦନ୍ତ ପାଇଁ ଯାଇଛନ୍ତି। କେତେ ଟଙ୍କାର ବିଦେଶୀ ମଦ ଚୋରି ହୋଇଛି ତଦନ୍ତ ପରେ ଜଣାପଡ଼ିବ ବୋଲି ଅବକାରୀ ଅଧିକାରୀ ସଚିନ ବେହେରା କହିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories