www.samajalive.in
Thursday, December 11, 2025
14.1 C
Bhubaneswar

ଗାଁ ମୁହାଁ ବନ୍ୟଜନ୍ତୁ; ଭାଲୁ ଆକ୍ରମଣରେ ହେଉଛି ପ୍ରାଣହାନୀ

ଲଡୁଗାଁ: କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ସାହାଜଖୋଲ ବ୍ୟାପକ ଜଙ୍ଗଲ ଜଳିଯିବା ଓ ମାଫିଆମାନେ କାଟି ନଷ୍ଟ କରିଦେବା ପରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ବିଗତ କିଛି ମାସ ହେବ ବାରମ୍ବାର ଆମପାଣି ବନାଞ୍ଚଳରେ ଭାଲୁ ବିଭିନ୍ନ ଗ୍ରାମରେ ପଶି ଲୋକଙ୍କ ଉପରେ ଆକ୍ରମଣ କରୁଛି। କେତେବେଳେ କିଏ ଗୁରୁତର ଭାବେ ଆହତ ହେଉଛନ୍ତି ତ ଆଉ କେତେବେଳେ କାହାର ଜୀବନ ମଧ୍ୟ ଚାଲିଯାଉଛି। ପାତ୍ରବସା ଗାଁର ବ୍ରଜ ବାଗଙ୍କ ସ୍ତ୍ରୀ ଭବାନୀ ବାଗ(୩୫) ଭୋର ସମୟରେ ମାଆ ଦେହ ଅସୁସ୍ଥ ଥିବାରୁ ଆମପାଣି ପଞ୍ଚାୟତ ପାତ୍ରବସା ଗାଁରୁ ବେହେରନସିଲ୍ ଯାଉଥିବା ବେଳେ ବରାଡଙ୍ଗା ଶିଉନି ରାସ୍ତା ନିକଟରେ ଏକ ଭାଲୁ ଆକ୍ରମଣ କରିଥିଲା, ଭାଲୁ ତାଙ୍କ ମୁଣ୍ଡରେ ଓ ଦେହର ବିଭିନ୍ନ ସ୍ଥାନରେ ନଖରେ ରାମ୍ପି କ୍ଷତବିକ୍ଷତ କରିବା ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଦେଖି ଆମପାଣି ଜଙ୍ଗଲ କର୍ମଚାରୀ ଓ ଆମପାଣି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଛି। ତେବେ ବିଗତ କିଛି ମାସ ତଳେ ଏହି ପଞ୍ଚାୟତର ତେତେଲପଡାର ଜଣଙ୍କୁ ମଧ୍ୟ ଭାଲୁ ଆକ୍ରମଣରେ ଗୁରୁତର ହୋଇ ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାର ପୁନରାବୃତ୍ତି ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ବିଭାଗର ଅବହେଳାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜଙ୍ଗଲରେ ପାଣିର ଅଭାବ ସହିତ ପ୍ରାୟ ଜଙ୍ଗଲ ନିଆଁ ଲାଗି ଜଳିଯିବା ମାଫିଆ ଗଛ କାଟିବା ଫଳରେ ଜଙ୍ଗଲ ସମ୍ପଦ ନଷ୍ଟ ହୋଇ ବନ୍ୟଜନ୍ତୁମାନେ ଖାଦ୍ୟାଭାବ ସହିତ ବାସସ୍ଥାନ ହରାଇ ବର୍ତ୍ତମାନ ଗାଁ ମୁହାଁ ହୋଇଛନ୍ତି। ମାତ୍ର ବନ ବିଭାଗ ପକ୍ଷରୁ ସେଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ସହ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହେଉଛି। ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସରକାରୀ ନିୟମ ମୁତାବକ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories