www.samajalive.in
Wednesday, December 10, 2025
26.1 C
Bhubaneswar

ପାଟଣାରେ ମାଣ୍ଡିଆ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ପାଟଣା: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ପାଟଣା କୃଷି ବିଭାଗ ଦ୍ଵାରା ସହଯୋଗୀ ସଂଗଠନ ଭାରତ ସହଯୋଗ ରେ ଆଜି ଜାତୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାଟଣା ଜିଏନ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ନେଇ ବାହାରିଥିବା ସଚେତନତା ପଦଯାତ୍ରାକୁ ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ବର୍ଷା ବୈଶାଳୀ ଏବଂ ଭାରତ ସଂଗଠନ ର ଅଞ୍ଚଳ ଅଧିକାରୀ ଶିବନାଥ ପ୍ରଧାନ ପ୍ରମୁଖ ଙ୍କ ଉପସ୍ଥିତି ରେ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁ, ବଡପାଟଣା ସରପଞ୍ଚ ବିନତି ବାନରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ଭାରତ ସଂଗଠନର ନିର୍ଦ୍ଦେଶକ ଉଦୟ ନାଥ ବେହେରା, ପାଟଣା ଡାକ୍ତରଖାନା ପିଏଚଇଓ ସରୋଜିନୀ ସେଠୀ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ପଦଯାତ୍ରା ବଜାର ପରିକ୍ରମା କରିବା ସହ ବ୍ଲକ ପର୍ଯ୍ୟନ୍ତ ଯାଇଥିଲା।ପରେ ପରେ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ମାଣ୍ଡିଆ ଦିବସ ଉପଲକ୍ଷେ ୩ଟି ବର୍ଗରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ପୁରସ୍କାର ପାଇଁ ବର୍ଷାରାଣୀ ତନ୍ତୀ, ଲିପିକା ମହାନ୍ତ ଓ ଜଗମୋହନ ମହାନ୍ତ, ଦ୍ଵିତୀୟ ପୁରସ୍କାର ଲକ୍ଷ୍ମୀ ମୁଣ୍ଡା, କମଳ ଲୋଚନ ଦାସ ଓ ଅଙ୍କିତ କୁମାର ମହାନ୍ତ ଏବଂ ୩ୟ ପୁରସ୍କାର ସରୋଜିନୀ ପାତ୍ର, ସୁଜାତା ମହାନ୍ତ ଓ କୁମୁଦିନୀ ମହାନ୍ତଙ୍କୁ ପ୍ରମାଣ ପତ୍ର, କଫି କପ ଓ ଟି-ସାର୍ଟ ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories