www.samajalive.in
Wednesday, December 10, 2025
26.1 C
Bhubaneswar

ମଶାଣିକୁ ନାହିଁ ରାସ୍ତା, ବିଲ ହିଡ଼ ଭରସା

ଲକ୍ଷ୍ମୀପୁର: ମଣିଷର ସବୁ ଯାତ୍ରାର ଶେଷରେ ହେଉଛି ମଶାଣି ଯାତ୍ରା। ତେବେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଅନେକ ଗାଁର ଶ୍ମଶାନ ଘାଟକୁ ଯିବା ପାଇଁ ରାସ୍ତା ନଥିବା କାରଣରୁ କୌଣସି ବ୍ୟକ୍ତିଙ୍କ ପରଲୋକ ହେଲେ ସେମାନଙ୍କ ପରିଜନ ମାନେ ବିଲ ହିଡ଼ ଦେଇ ମୃତ ଦେହକୁ ନେଇ ଯିବାକୁ ପଡୁଛି। ଏହି ଭଳି ଘଟଣା ସୋମବାର ଗୌଡଗୁଡା ପଞ୍ଚାୟତର ପରଜା ଅଳଚି ଗ୍ରାମରେ ଦେଖିବାକୁ ମିଳିଛି। ଜୋମି ଯାନୀ ନାମ୍ନୀ ଜଣେ ବୃଦ୍ଧାଙ୍କ ସୋମବାର ପରଲୋକ ହୋଇଥିଲା। ପରିଜନ ମାନେ ତାଙ୍କ ମୃତ ଦେହକୁ ଧାନ ବିଲ ହିଡ଼ରେ ବହୁତ ଅସୁବିଧାରେ ନେଇକରି ଯିବାକୁ ପଡିଛି। ଏହି ଘଟଣା ଯେ କେବଳ ପ୍ରଥମ ଥର ପାଇଁ ତାହା ନୁହେଁ, ଗ୍ରାମର ଯେକୌଣସି ବ୍ୟକ୍ତିଙ୍କ ପରଲୋକ ପରେ ଶବ ଶତ୍କାର କରିବା ପାଇଁ ଲୋକ ମାନଙ୍କୁ ଏହି ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସରକାର ଗାଁ ଠାରୁ ଆରମ୍ଭ କରି ମନ୍ଦିର, ଚର୍ଚ୍ଚ ଓ ଗିର୍ଜା ପର୍ଯ୍ୟନ୍ତ ସବୁଆଡ଼େ ରାସ୍ତା ନିର୍ମାଣ କରୁଥିବା ବେଳେ ପରିତାପର ବିଷୟ ଏହି କି ମଣିଷର ଶେଷ ଠିକଣା ଭାବେ ପରିଚିତ ମଶାଣିକୁ ରାସ୍ତା ନଥିବା କାରଣରୁ ଲୋକେ ବିଲ ହିଡ଼ରେ ମୃତ ଦେହକୁ ନେଇ ଯିବାକୁ ପଡୁଛି। କେବଳ ପରଜା ଅଳଚି ନୁହେଁ ବ୍ଲକର ଅନେକ ଗ୍ରାମରେ ଏହିପରି ଅବସ୍ଥା ଦେଖିବାକୁ ମିଳୁଛି।

କେଉଁଠି ରାସ୍ତା ନାହିଁ ତ କେଉଁଠି ନଦୀରେ ପୋଲ ନଥିବା କାରଣରୁ ବର୍ଷା ଦିନେ ଭରା ନଈରେ ମର ଶରୀରକୁ ନେଇଯିବା ପାଇଁ ପରିଜନଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ମାନେ ବିପଦ ସଙ୍କୁଳ ଭାବେ ଯିବାକୁ ପଡୁଛି। ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories