www.samajalive.in
Monday, December 8, 2025
14.1 C
Bhubaneswar

ତୈଳିକ ବୈଶ୍ୟ ସମାଜର ବ୍ଲକସ୍ତରୀୟ ତୃତୀୟ ବାର୍ଷିକ ଅଧିବେଶନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସରଣ୍ଡା ସ୍ଥିତ ବାବା ବିଶ୍ୱେଶ୍ୱର୍ ଶିବ ମନ୍ଦିର ଠାରେ ଆଜି ତୈଳିକ ବୈଶ୍ୟ ସମାଜର ସମ୍ପାଦକ ପ୍ରକାଶ ସାହୁଙ୍କ ସଭାପତିତ୍ବରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ସମାଜର ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଅତିଥି ମାନେ ସମାଜକୁ ସୁଦୃଢ଼ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଉଦବୋଧନ ଦେଇଥିଲେ। ୨୪ଟି ପଞ୍ଚାୟତର ଶତାଧିକ ତୈଳିକ ସଭ୍ୟ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ତୈଳିକ ସମାଜରେ ଥିବା ସମସ୍ୟା ଉତଥାପନ କରିଥିଲେ। ସେହି ସମସ୍ୟା ଗୁଡ଼ିକର ସମାଧାନ କିପରି ହୋଇପାରିବ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ଅଧିବେଶନରେ ଅତାବିରା ଏନଏସି ୱାର୍ଡ ନଂ ୯ର କାଉନସିଲର ନାରାୟଣ ସାହୁ, ଦେଶ ଭଟଲିର ସରପଞ୍ଚ ତଥା ଜିଲ୍ଲା ଉପସଭାପତି ତୋଷବନ୍ତ ସାହୁ, ପୂର୍ବତନ ସଭାପତି ବାଲେଶ୍ଵର ସାହୁ, ଜଗନ୍ନାଥ ସାହୁ, ଲିଙ୍ଗରାଜ ସାହୁ, ଗୁନା ସାହୁ, ଧନେଶ୍ଵର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories