www.samajalive.in
Monday, December 8, 2025
27.1 C
Bhubaneswar

ନଭେମ୍ବର ୭ରେ ମିଜୋରାମ ଓ ଛତିଶଗଡରେ ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି

ଡେସ୍କ: ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଥିବା ବେଳେ ଏବଂ ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଲାଗି ମଧ୍ୟ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ମିଜୋରାମ ବିଧାନସଭାର ୪୦ ଜଣ ସଦସ୍ୟ ଚୟନ କରିବା ଲାଗି ନଭେମ୍ବର ୭ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୩ରେ ମତ ଗଣନା କରାଯିବ। ଛତିଶଗଡରେ ନଭେମ୍ବର ୭ରେ ୨୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ରାଜ୍ୟର ମାଓବାଦୀ ପ୍ରଭାବିତ ବସ୍ତର ଅଂଚଳକୁ ମତଦାନ ଦଳ ଗୁଡିକୁ ହେଲିକପ୍ଟର ଯୋଗେ ମତଦାନ ବୁଥକୁ ନିଆଯାଉଛି।

ଛତିଶଗଡର ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୨୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୨ଟି ମାଓବାଦୀ ପ୍ରଭାବିତ ବସ୍ତର ଅଂଚଳରେ ଅଛନ୍ତି। ବସ୍ତରରେ ୨୯୦୦ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥି ମଧ୍ୟରୁ ୬୫୦ଟି ସମ୍ବେଦନଶୀଳ। ସୁରକ୍ଷା ଦୃଷ୍ଟିରୁ ଏଥର ୧୯୬ ମତଦାନ ବୁଥକୁ ସ୍ଥାନାନ୍ତର କରାଯାଇଛି। ଏହା ବ୍ୟତୀତ ଏଭଳି ଗ୍ରାମରେ ୧୨୬ଟି ମତଦାନ ବୁଥ ଖୋଲାଯାଇଛି, ଯେଉଁଠାରେ ଏହି ନିର୍ବାଚନରେ ଲୋକମାନେ ସ୍ୱାଧୀନତା ପରେ ପ୍ରଥମ ଥର ନିଜ ଗାଁରେ ଭୋଟ୍ ଦେବାର ସୁବିଧା ପାଇବେ। ବସ୍ତର ଡିଭିଜନରେ ମତଦାନ ଦଳକୁ ଦୂର ତଥା ମାଓବାଦୀ ପ୍ରଭାବିତ ମତଦାନ ବୁଥ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫୦ଟି ସମ୍ବେଦନଶୀଳ ମତଦାନ ବୁଥ ପାଇଁ ହେଲିକପ୍ଟର ଯୋଗେ ମତଦାନ ଦଳ ପଠାଯାଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories