www.samajalive.in
Saturday, December 6, 2025
26.1 C
Bhubaneswar

ପାଠ୍ୟକ୍ରମ ଅଧାରୁ ଶିକ୍ଷାନୁଷ୍ଠାନ ଛାଡ଼ିଲେ ଫେରାଇବେ ମେଧାବୃତ୍ତି ଟଙ୍କା

ଭୁବନେଶ୍ବର: ମେଧାବୃତ୍ତି ପାଇଁ ଆବେଦନ କଲେ। ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ବି ଗଲା। ହେଲେ ଟଙ୍କା ପହଞ୍ଚିବା ପରେ ଜଣାପଡ଼ିଲା ଯେ ସମ୍ପୃକ୍ତ ଛାତ୍ରଜଣକ ପାଠ୍ୟକ୍ରମ ଅଧାରୁ ଶିକ୍ଷାନୁଷ୍ଠାନ ଛାଡ଼ି ସାରିଛନ୍ତି। ମେଧାବୃତ୍ତିରେ ଏପରି ଗଡ଼ବଡ଼ ସାମ୍ନାକୁ ଆସିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଛାତ୍ରଙ୍କୁ ଟଙ୍କା ଫେରସ୍ତ କରିବାକୁ ତାଗିଦ୍ କରାଯାଇଛି। ନୂଆପଡ଼ା ଜିଲାର ମହମ୍ମଦ ତାରିକ୍ ହୁସେନ୍‌ଙ୍କ ନିକଟକୁ ଉଚ୍ଚଶିକ୍ଷା ବିଭାଗ ଉପସଚିବ ଅଶୋକ କୁମାର ଗୌଡ଼ ଏନେଇ ଚିଠି ଲେଖିଛନ୍ତି।

https://samajalive.in/susanta-nanda/509364.html

- Advertisement -

ସୂଚନା ଅନୁସାରେ, ୨୦୨୧-୨୨ ଶିକ୍ଷାବର୍ଷ ନିମନ୍ତେ ଇ-ମେଧାବୃତ୍ତି ଯୋଜନାରେ ଏମ୍‌ବିବିଏସ୍ ପାଠ୍ୟକ୍ରମ ପାଇଁ ଗତ ଅଗଷ୍ଟ ମାସ ୧୦ ତାରିଖରେ ସମ୍ପୃକ୍ତ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କାର ମେଧାବୃତ୍ତି ରାଶି ପଠାଯାଇଛି। ଛାତ୍ର ଜଣଙ୍କ ମେଧାବୃତ୍ତି ପାଇଁ ଆବେଦନ କରିବା ପରେ ଏହି ରାଶି ପଠାଯାଇଥିଲା। ତେବେ ଛାତ୍ରଜଣକ ପାଠ୍ୟକ୍ରମ ଅଧାରୁ ଶିକ୍ଷାନୁଷ୍ଠାନ ଛାଡ଼ି ଦେଇଛନ୍ତି। ଏନେଇ ଗତ ସେପ୍ଟେମ୍ବର ୨୯ ତାରିଖରେ ଉକ୍ତ ଛାତ୍ର ପଢ଼ୁଥିବା ଶିକ୍ଷାନୁଷ୍ଠାନ ଏମ୍‌ସ ଭୁବନେଶ୍ବର ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ଏହା ଇ-ମେଧାବୃତ୍ତି ମାର୍ଗଦର୍ଶିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇ ଉଚ୍ଚଶିକ୍ଷା ବିଭାଗ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କୁ ମେଧାବୃତ୍ତି ଅର୍ଥ ଫେରସ୍ତ କରିବାକୁ ନିର୍ଦେଶ ଦେଇଛି। ଚିଠି ପାଇବାର ୧୫ ଦିନ ମଧ୍ୟରେ ଏହି ଅର୍ଥ ଫେରସ୍ତ କରିବାକୁ କୁହାଯାଇଛି। ଏହି ଅର୍ଥ ଫେରସ୍ତ ନକଲେ ବର୍ତ୍ତମାନ ଅଧ୍ୟୟନ କରୁଥିବା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଯିବ ବୋଲି ବିଭାଗ ପକ୍ଷରୁ ଚେତାଇ ଦିଆଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories