www.samajalive.in
Monday, December 8, 2025
24.1 C
Bhubaneswar

କୃଷି ଓ ବାଣିଜ୍ୟିକ ବ୍ୟାଙ୍କ୍ ଅତାବିରା ଶାଖା ପକ୍ଷରୁ ‘ସନ୍ଧ୍ୟା ଶିବିର’

ରେଙ୍ଗାଲିକ୍ୟାମ୍ପ : ରେଙ୍ଗାଲିକ୍ୟାମ୍ପ ଠାରେ କୃଷି ଓ ବାଣିଜ୍ୟିକ ବ୍ୟାଙ୍କ୍ ଅତାବିରା ଶାଖାର ପ୍ରବନ୍ଧକ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସନ୍ଧ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ,ସ୍ଵୟଂ ସହାୟକ ଗୋଷ୍ଠୀ ଓ କୃଷି ଯନ୍ତ୍ରପାତି ଯୋଗାଉଥିବା ଡିଲର ମାନଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କ୍ ସେବାରୁ ବଞ୍ଚିତ ହେଉଥିବା ଗ୍ରାହକ ବିଭିନ୍ନ ପ୍ରକାର କୃଷି ଋଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ବ୍ୟାଙ୍କରୁ ସୁବିଧାରେ ଋଣ ନେଇ କିପରି ସ୍ବାବଲମ୍ବୀ ହେବେ, ମହିଳା ସମ୍ମାନ ଯୋଜନା, ସାମାଜିକ ସୁରକ୍ଷା ଆଦି ତଥା ବିଭିନ୍ନ କ୍ଷେତ୍ରରେ ହେଉଥିବା ସାଇବର ଠକେଇ ଆଦି ଉପରେ ସଚେତନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହା ବ୍ୟତୀତ ବ୍ୟାଙ୍କ୍ ପକ୍ଷରୁ ଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗକୁ କିପରି ଭାବେ ଗ୍ରାହକ ମାନଙ୍କ ପାଖରେ ପହଞ୍ଚି ପାରିବ ସେ ଉପରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଏଥିରେ ୩୦୦୦ ରୁ ଉର୍ଦ୍ଧ୍ବ ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଗ୍ରାହକ ଯୋଗ ଦେଇଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories