www.samajalive.in
Saturday, December 13, 2025
15.1 C
Bhubaneswar

ତ୍ରିପୁରା ମ୍ୟାଚ୍‍ ପାଇଁ ଓଡ଼ିଶା ରଣଜୀ ଦଳ ଅପରିବର୍ତ୍ତିତ

କଟକ : ଟାଙ୍ଗୀର ଡ୍ରିମ୍‍ସ ଗ୍ରାଉଣ୍ଡରେ ଚଳିତମାସ ୨୮ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ତ୍ରିପୁରା ବିପକ୍ଷରେ ଓଡ଼ିଶା ରଣଜୀ ଦଳ ତା’ର ୪ର୍ଥ ମ୍ୟାଚ୍‍ ଖେଳିବ। ଏଲିଟ୍‍ ଗ୍ରୁପ୍‍ ‘ସି’ର ଏହି ମ୍ୟାଚ୍‍ ପାଇଁ ଓଡ଼ିଶା ରଣଜୀ ଟ୍ରଫି ଦଳରେ କୌଣସି ପରିବର୍ତ୍ତନ କରା ଯାଇନାହିଁ। ଗୁଆହାଟୀରେ ଘରୋଇ ଆସାମକୁ ୯ ୱିକେଟରେ ପରାସ୍ତ କରିଥିବା ଓଡ଼ିଶା ଦଳର ୧୫ ଜଣ ଖେଳାଳିଙ୍କୁ ରବିବାର ଘୋଷଣା କରା ଯାଇଥିବା ଦଳରେ ରଖାଯାଇଛି। ଓଡ଼ିଶା ଅଦ୍ୟାବଧି ୩ଟି ମ୍ୟାଚ୍‍ରୁ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ସହ ୭ ପଏଣ୍ଟ ପାଇଛି।
ଓଡ଼ିଶା ଦଳ: ଅନୁରାଗ ଷଡ଼ଙ୍ଗୀ, ରଣଜିତ ସିଂହ, ରାଜେଶ ଧୁପର, ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ (ଅଧିନାୟକ), ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା (ୱିକେଟ ରକ୍ଷକ), ଧୀରଜ ସିଂହ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ ଓ ପପ୍ପୁ ରାୟ। ପ୍ରଶିକ୍ଷକ: ରଶ୍ମିରଞ୍ଜନ ପରିଡ଼ା, ମ୍ୟାନେଜର: ନବକିଶୋର ମିଶ୍ର, ଫିଜିଓ: ଶୁଭକାନ୍ତ ସାହୁ, ଟ୍ରେନର: ମନୋଜ କୁମାର ବିଶ୍ୱାଳ ଓ ପର୍ଯ୍ୟବେକ୍ଷକ: କୁଳମଣି ପରିଡ଼ା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories