www.samajalive.in
Wednesday, December 10, 2025
26.1 C
Bhubaneswar

ସୋନାକ୍ଷୀଙ୍କ ନାମରେ ଠକେଇ ଅଭିଯୋଗ

ମୁମ୍ବଇ: ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ନାଁ’ରେ ଠକେଇ ଅଭିଯୋଗ ଆସିଛି। ମୁରାଦାବାଦର ଇଣ୍ଡିଆନ୍ ଫ୍ୟାଶନ୍ ଆଣ୍ଡ ବ୍ୟୁଟି ଆଓ୍ବାର୍ଡସ କମ୍ପାନୀର ମାଲିକ ପ୍ରମୋଦ କୁମାର ଏହି ଅଭିଯୋଗ ଆଣିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୋନାକ୍ଷୀ ତାଙ୍କ ଠାରୁ ଟଙ୍କା ନେଇ ଯାଇଥିଲେ ହେଲେ ସେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ତେଣୁ ସୋନାକ୍ଷୀ ତାଙ୍କୁ ଠକିଥିବା କହି ସେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରମୋଦ ଦିଲ୍ଲୀଠାରେ ସେପ୍ଟେମ୍ବର ୩୦ରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିସହିତ ସୋନାକ୍ଷୀଙ୍କ ପାଇଁ ବିମାନ ଟିକେଟ ଓ ହୋଟେଲ ମଧ୍ୟ ବୁକ୍ କରିଥିଲେ। ହେଲେ ସୋନାକ୍ଷୀ ଉକ୍ତ ଉତ୍ସବରେ ଯୋଗ ଦେଲେ ନାହିଁ। ଏବେ ସୋନାକ୍ଷୀଙ୍କୁ ଟଙ୍କା ମାଗିବାରୁ ତାଙ୍କ ମ୍ୟାନେଜର ତାଙ୍କୁ ହତ୍ୟା ଧମକ ଦେଇଥିବା ସେ କହିଛନ୍ତି। ସୋନାକ୍ଷୀଙ୍କ ସହ ଅନ୍ୟ ୭ ଜଣଙ୍କ ନାଁ’ରେ ପ୍ରମୋଦ ୩୭ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories