www.samajalive.in
Wednesday, December 10, 2025
26.1 C
Bhubaneswar

୫ରୁ ଲାଗୁ ହେବ ପାନକାର୍ଡର ନୂଆ ନିୟମ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଟିକସ୍ ଫାଙ୍କି ରୋକିବା ପାଇଁ ଆୟକର ବିଭାଗ ପାନକାର୍ଡ ନିୟମରେ କେତେକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନୂଆ ନୟିମ ଡିସେମ୍ବର ୫ରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ନୂଆ ନିୟମ ଅନୁସାରେ ଗୋଟିଏ ଆର୍ଥିକ ବର୍ଷରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ନେଣଦେଣ କରୁଥିବା ଲୋକ ଏବଂ ସଂସ୍ଥାଙ୍କ ପାଇଁ ପାନକାର୍ଡ ବାଧ୍ୟତାମୂଳକ ହୋଇଯିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧିସୂଚନାରେ ଏହା କୁହାଯାଇଛି। ଯେଉଁ ଲୋକମାନେ ଗୋଟିଏ ଆର୍ଥିକ ବର୍ଷରେ ଅଢେଇ ଲକ୍ଷରୁ ଅଧିକ ଟଙ୍କା ଓ ଏହାଠାରୁ ଅଧିକ ଆର୍ଥିକ କାରବାର କରୁଛନ୍ତି ସେମାନଙ୍କ ପାଇଁ ପାନକାର୍ଡ ବାଧ୍ୟତାମୂଳକ ହେବ। ପାନକାର୍ଡ ନଥିବା ଲୋକ ଓ ସଂସ୍ଥାଙ୍କୁ ୨୦୧୯ ମଇ ୩୧ ସୁଦ୍ଧା ପାନକାର୍ଡ ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।
ନୂଆ ନିୟମ ଅନୁସାରେ
୧- ଆୟକର ନିୟମ ୧୯୬୨ରେ ସଂଶୋଧନ ଅନୁସାରେ ଆର୍ଥିକ ବର୍ଷରେ ୨.୫ ଲକ୍ଷ ଓ ଏହାଠାରୁ ଅଧିକ ଆର୍ଥିକ କାରବାର କରୁଥିବା ସଂସ୍ଥାଙ୍କୁ ମଧ୍ୟ ପାନକାର୍ଡ ହାସଲ କରିବାକୁ ପଡ଼ିବ। ୨୦୧୯ ମଇ ୩୧ ସୁଦ୍ଧା ପାନକାର୍ଡ ପାଇଁ ଆବେଦନ କରିବାକୁ ପଡ଼ିବ।
୨- ଏହି ନୂଆ ନିୟମ ସଂସ୍ଥା ଏବଂ ବ୍ୟକ୍ତି ଉଭୟଙ୍କ ପାଇଁ ଜାରି ହୋଇଛି।
୩- ପ୍ରବନ୍ଧ ନିର୍ଦେଶକ, ନିର୍ଦେଶକ, ପାର୍ଟନର, ଟ୍ରଷ୍ଟି, ଲେଖକ, ସଂସ୍ଥାପକ, କର୍ତ୍ତା, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭଳି ପଦରେ ଥିବା ଲୋକଙ୍କ ପାଇଁ ପାନକାର୍ଡ ବାଧ୍ୟତାମୂଳକ। ସେମାନଙ୍କୁ ୨୦୧୯ ମଇ ୩୧ ସୁଦ୍ଧା ପାନକାର୍ଡ ହାସଲ କରିବାକୁ ପଡ଼ିବ।
୩- ଏହି ନିୟମ ଅନୁସାରେ ଘରୋଇ ସଂସ୍ଥାଗୁଡ଼ିକୁ ପାନକାର୍ଡ ହାସଲ କରିବାକୁ ପଡ଼ିବ। ଏହାଦ୍ୱାରା ଟିକସ୍‍ ଚୋରି ରୋକି ହେବ ବୋଲି ଆଶା କରାଯାଉଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories