www.samajalive.in
Wednesday, December 10, 2025
26.1 C
Bhubaneswar

ଆଇସିସି ଟି-୨୦ ର‍୍ୟାକିଂ : ବୋଲିଂରେ କୁଲଦୀପ ୩ୟ ଓ ବ୍ୟାଟିଂରେ ବାବର ଅଜମ୍‍ ୧ନଂ

ଦୁବାଇ : ଆଇସିସି ଟି-୨୦ ର‍୍ୟାକିଂ ପ୍ରଶ ପାଇଛି। ଏଥିରେ ବୋଲିଂରେ କୁଲଦୀପ ଯାଦବ ତୃତୀୟ ସ୍ଥାନରେ ରହିଛନ୍ତି। ବ୍ୟାଟିଂରେ କେ.ଏଲ ରାହୁଲ ୬ଷ୍ଠ ଏବଂ ରୋହିତ ଶର୍ମା ନବମ ସ୍ଥାନରେ ଅଛନ୍ତି।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଟି-୨୦ ସିରିଜ୍‍ ଶେଷ ହେବାପରେ ସୋମବାର ଆଇସିସି ପକ୍ଷରୁ ସଦ୍ୟ ତଥା ନୂତନ ର‍୍ୟାକିଂ ପ୍ରକାଶ ପାଇଛି। ଟିମ୍‍ ଇଣ୍ଡିଆର ସ୍ପିନର କୁଲଦୀପ ଯାଦବ ନିଜ ସ୍ଥିତିରେ ବହୁତ ଉନ୍ନତି ଆଣି ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ସ୍ପିନର ଏଡମ୍‍ ଜମ୍ପା ମଧ୍ୟ କୁଲଦୀପ ଯାଦବଙ୍କ ଭଳି ପ୍ରଥମ ଥର ପାଇଁ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
ନୂତନ ର‍୍ୟାକିଂ ପ୍ରକାଶ ପାଇବା ପୂର୍ବରୁ କୁଲଦୀପ ୨୩ତମ ସ୍ଥାନରେ ଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ଏବେ ତାଙ୍କୁ ପୁରସ୍କାର ମିଳିଛି। ଏବେ ସେ ଟି-୨୦ ବୋଲିଂ ର‍୍ୟାକିଂରେ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଜମ୍ପା ୧୭ତମ ସ୍ଥାନ ଉପରକୁ ଉଠି ପାଞ୍ଚ ନମ୍ବର ସ୍ଥାନରେ ରହିଛନ୍ତି। ଟି-୨୦ ବୋଲର ତାଲିକାରେ ପ୍ରଥମ ସ୍ଥାନରେ ଆଫଗାନିସ୍ଥାନର ରାଶିଦ ଖାନ ପ୍ରଥମ ସ୍ଥାନରେ ଏବଂ ପାକିସ୍ତାନର ଶାଦାବ ଖାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଆଦିଲ ରଶିଦ ରତୁର୍ଥ ସ୍ଥାନରେ ଅଛନ୍ତି। ତେବେ ଅନ୍ୟତମ ଭାରତୀୟ ସ୍ପିନର ୟୁଜୁବେନ୍ଦ୍ର ଚହଲ ୭ଟି ସ୍ଥାନ ତଳକୁ ଖସି ୧୧ତମ ସ୍ଥାନରେ ରହିଛନ୍ତି।

- Advertisement -

ବ୍ୟାଟିଂ ତାଲିକାର ର‍୍ୟାକିଂରେ ପାକିସ୍ତାନର ବାବର ଅଜମ ନିଜର ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ନ୍ୟୁଜିଲାଣ୍ଡର କାଲିନ ମୁନରୋ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଏରୋନ ଫିଞ୍ଚ ୩ୟ ସ୍ଥାନରେ ଅଛନ୍ତି। ପାକିସ୍ତାନର ଫଖର ଜମାନ ୪ର୍ଥ ଏବଂ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ୫ମ ସ୍ଥାନରେ ରହିଛନ୍ତି।
କେ.ଏଲ ରାହୁଲ ୬ଷ୍ଠ ଏବଂ ରୋହିତ ଶର୍ମା ନବମ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ମ୍ୟାନ ଅଫ ଦ ସିରିଜ ହୋଇଥିବା ଶିଖର ଧାୱନ ୧୧ ନଂ ଏବଂ ଅଧିନାୟକ ବିରାଟ କୋହଲି ୧୪ ନଂ ସ୍ଥାନରେ ଅଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories