କଟକ : ଓଡ଼ିଶାମାଟିରେ ଏହା ହେବ ସବୁଠାରୁ ବଡ଼ ବଲିଉଡ୍ ତାରକା ସମାବେଶ। ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବରେ ଓଡ଼ିଶାକୁ ହେବ ବଲିଉଡ୍ ତାରକାଙ୍କ ଆଗମନ। ୨୭ରେ କଳିଙ୍ଗ ଷ୍ଟାଡିୟମ୍ରେ ହେବାକୁ ଥିବା ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବରେ ସଂଗୀତ ନିର୍ଦେଶକ ଏ.ଆର୍. ରେହ୍ମାନଙ୍କ ସହ ବଲିଉଡ୍ରେ ରାଜୁତି କରିଥିବା ଦୁଇ ତାରକା ଶାହାରୁଖ୍ ଖାଁ ଓ ମାଧୁରୀ ଦୀକ୍ଷିତ ପ୍ରଦର୍ଶନ କରିବେ। ୨୮ରେ କଟକର ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ବିଶ୍ୱକପ୍ ଉତ୍ସବରେ ମୁଖ୍ୟ ଆକର୍ଷଣ ପାଲଟିବେ ଦବଙ୍ଗ ଷ୍ଟାର୍ ସଲ୍ମାନ ଖାଁ। ରେହ୍ମାନଙ୍କ ଗୀତରେ ସଲ୍ମାନ ନୃତ୍ୟକରିବେ ବୋଲି ଜାଣିବାକୁ ମିଳିଛି। ପୁଣି ଏମାନଙ୍କ ସହ ଆଉ କିଛି ବଲିଉଡ୍ କଳାକାର କଟକ ଆସିବେ। ଏଥିପାଇଁ ବାରବାଟୀ ଷ୍ଟାଡିୟମ୍ରେ ମଞ୍ଚ ପ୍ରସ୍ତୁତି ଜୋର୍ସୋରରେ ଚାଲିଛି ଏବଂ ଟିକଟ ବିକ୍ରି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
Popular Categories



