www.samajalive.in
Monday, December 8, 2025
24.1 C
Bhubaneswar

ସାଇବର ଅପରାଧ ରୋକିବା ପାଇଁ ସଚେତନତା ଜରୁରୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ କମିଶନେରେଟ ପୁଲିସର ମିଳିତ ସହଯୋଗରେ ସାଇବର ସୁରକ୍ଷା ଅଭିଯାନ ବାଣୀବିହାର ପିଜି କାଉନସିଲ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାଇବର ରଥ ଏବଂ ସାଇବର ସାଏରା-ସାଇବର ସୁରକ୍ଷା ଅଭିଯାନର ମାସ୍କଟ ବାଣୀବିହାର ପରିସର ଭ୍ରମଣ କରିଛି।
ଆଜି ସାଇବର ସୁରକ୍ଷା ରଥ ଉତ୍କଳ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲା। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥଙ୍କ ସମେତ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀ ସେଠାରେ ସାଇବର ସୁରକ୍ଷ ରଥକୁ ଭବ୍ୟ ସ୍ବାଗତ କରିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ସାଇବର ସୁରକ୍ଷା ରଥ ଏବଂ ମାସ୍କଟ ପ୍ରଶାସନିକ ଭବନକୁ ଯାଇଥିଲା। ସେଠାରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କୁଳସଚିବ ଡ.କାହ୍ନୁଚରଣ ଧୀର ଏବଂ ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ ସ୍ବାଗତ କରିଥିଲେ।
ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ସଚେତନତା ଓ ସତର୍କତା ଏହାକୁ ରୋକିବାର ଏକ ପ୍ରମୁଖ ଉପାୟ। ସାରା ରାଜ୍ୟରେ ସବୁ ସ୍ତରରେ ଏ ସଂପର୍କରେ ସଚେତନତା ଆଣିବା ପାଇଁ ସାଇବର ସଚେତନତା ଅଭିଯାନ ପ୍ରଶଂସନୀୟ ପଦକ୍ଷେପ। ସଚେତନତା ଅଭାବରୁ ଜନସାଧାରଣ ଶିକାର ହେଉଥିବା ସାଇବର ଅପରାଧ ଉପରେ କମିଶନରେଟ ପୁଲିସ ଅଧିକାରୀମାନଙ୍କ ସହ କୁଳପତି ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନେ କିଭଳି ସାଇବର ଅପରାଧର ଶିକାର ନ ହୁଅନ୍ତି ସେଥିପାଇଁ ଅଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ କୁଳପତି ଆହ୍ବାନ ଦେଇଥିଲେ।


ବାଣୀବିହାର ପିଜି କାଉନସିଲ ହଲରେ ଆୟୋଜିତ ସାଧାରଣ ସଭାରେ କମିଶନରେଟ ପୁଲିସର ଏସିପି ଅଞ୍ଜନା ଟୁଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଇବର ଅପରାଧ ରୋକିବା ପାଇଁ ସଚେତନତା ଜରୁରୀ ବୋଲି କହିବା ସହିତ ଆର୍ଥିକ ଠକେଇ, ଚୋରି, ହ୍ୟାକିଂ, ସୋସିଆଲ ମିଡିଆ ଠକେଇ, ଅନ୍‌ଲାଇନ୍‌ ଡ୍ରଗ୍ସ ଟ୍ରାଫିକିଂ ଆଦି ବିଭିନ୍ନ ପ୍ରକାରର ସାଇବର ଅପରାଧ ଉପରେ ଆଲୋକପାତ କରିଥିଲେ। ସେ ଯୁବବର୍ଗ ଓ ବରିଷ୍ଠ ନାଗରିକମାନେ କିପରି ଅଧିକ ଭାବରେ ସାଇବର ଅପରାଧର ଶିକାର ହେଉଛନ୍ତି ସେ ବିଷୟରେ ବୁଝାଇ କହିଥିଲେ ନିଜେ ସଚେତନ ହେଲେ ସାଇବର ଅପରାଧ ରୋକାଯାଇପାରିବ ଏବଂ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇବିଏମ ସାଇବର ସୁରକ୍ଷା ବିଶେଷଜ୍ଞ ଦେବାଶିଷ ଦାଶ ସାଇବର ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ବିଭାଗ ମୁଖ୍ୟ ପ୍ରଫୁଲ୍ଲ କୁମାର ବେହେରା, ସହିଦନଗର ଥାନା ଆଇଆଇସି ତଥା ଭାରତପ୍ରାପ୍ତ ଏସିପି ମନୋଜ କୁମାର ଶତପଥୀ, ଇନ୍ସପେକ୍ଟର ବନିତା ମହାରଣା, ସାଇବର ଥାନା ଏସଆଇ ବିଚିତ୍ର ଜେନା, ଏସଆଇ ଅଶ୍ବିନୀ କୁମାର ଜେନା, ଏସଆଇ ପ୍ରିୟବ୍ରତ ପ୍ରଧାନ, ଏଏସଆଇ ଅନିଲ କୁମାର ଦାସ ପ୍ରମୁଖ ଯୋଗଦେଇ ଅପରାଧ ରୋକିବା ଓ ସାଇବର ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ଆଇବିଏମ ଟିମ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ କରାଯାଇଥିଲା ଏବଂ ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ନବନୀତା ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories