www.samajalive.in
Monday, December 8, 2025
17.1 C
Bhubaneswar

ମାଣତ୍ରୀ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଉଦ୍‍ଯାପିତ

ବଡ଼ସାହି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାଣତ୍ରୀ ଠାରେ ବାବା କଖାରୁଆ ବୈଦନାଥ ଯୁବକ ସଂଘ ଆନୁକୂଲ୍ୟରେ ୩ଦିନ ଧରି ଚାଲିଥିବା ୮ମ ବାର୍ଷିକ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବର ରବିବାର ରାତିରେ ଉଦଯାପିତ ହୋଇଯାଇଛି। ସଂଘର ସଭାପତି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‍ଯାପନୀ ସଭାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଭାପତି ତଥା ସାହିତ୍ୟିକ ହୁସେନ ରବି ଗାନ୍ଧୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୟୂରଭଞ୍ଜ ଜିଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ନୋଡ଼ାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା ଯୋଗ ଦେଇଥିଲେ। ଜିଲାର ସର୍ବପ୍ରଥମ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଆଠ ବର୍ଷ ଧରି କରିଆସୁଥିବା ସଫଳ କାର୍ଯ୍ୟକ୍ରମ ପାଇଁ ଆୟୋଜକ ଯୁବକ ସଂଘକୁ ସାଧୁବାଦ ଜଣାଇଥିଲେ। ସାଧବ ପୁଅଙ୍କ ମହତ କାର୍ଯ୍ୟକୁ ଯୁବକସଂଘର ସଦସ୍ୟ ବଞ୍ଚାଇ ରଖିବା ସହିତ ଜାତି ଓ ଭାଷାକୁ ବଞ୍ଚାଇବାକୁ ସମସ୍ତେ ଆହ୍ୱାନ ଦେଇଥିଲେ। ପ୍ରଥମ ଓ ଦ୍ୱିତୀୟ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଉଦ୍‍ଯାପନୀ ସନ୍ଧ୍ୟାରେ ଷ୍ଟାରନାଇଟ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ନିର୍ଦେଶକ ପ୍ରତାପ କୁମାର ଜେନାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ପରିବେଷଣ କରି ମନ ମୋହିଥିଲେ। ଏହି ଅବସରରେ ସମସ୍ତ ଅତିଥି ତଥା ମଞ୍ଚ ସଞ୍ଚାଳକ ଶିକ୍ଷକ ଶଚ୍ଚୀନ୍ଦ୍ର ବିଶ୍ୱାଳଙ୍କୁ ମାନପତ୍ର, ଉପଢ଼ୌକନ ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଅଜିତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂଘର ସମସ୍ତ ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories