www.samajalive.in
Monday, December 8, 2025
24.1 C
Bhubaneswar

ରାଜ୍ୟସ୍ତରୀୟ ଖୋ ଖୋ ପାଇଁ ଭାରତୀ ବିଦ୍ୟାପୀଠର ଛାତ୍ର କେ.ପିତାମ୍ବର ରେଡ୍ଡୀଙ୍କ ଅନୁଗୁଳ ଗସ୍ତ

ଗଞ୍ଜାମ: ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଅନୁଗୁଳ ଜିଲ୍ଲା ପିଟିସି ହାଇସ୍କୁଲରେ ଅନୁଷ୍ଠିତ ହେଉଛି। ଏଥିପାଇଁ ଗଞ୍ଜାମ ଜିଲ୍ଲା ଖୋ ଖୋ ବାଳକ ବାଳିକା ଦଳ(ବୟସ ୧୭ ବର୍ଷରୁ କମ୍‌)୧୧ରେ ଅନୁଗୁଳ ଗସ୍ତ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖୋ ଖୋ ଦଳରେ ସ୍ଥାନ ପାଇଛନ୍ତି ଗଞ୍ଜାମ ସହରରେ ଅବସ୍ଥିତ ଭାରତୀ ବିଦ୍ୟାପୀଠର ଛାତ୍ର କେ. ପିତାମ୍ବର ରେଡ୍ଡୀ। ଯାହାକୁ ନେଇ ସ୍କୁଲରେ ଖୁସିର ଲହରୀ ଖେଳିଯାଇଛି। ଏହି ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖେଳ ଶିଖୁଥିଲେ ପିତାମ୍ବର ଏବଂ ଗସ୍ତ ପୂର୍ବରୁ ଭାରତୀ ବିଦ୍ୟାପୀଠରେ ୭ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କୋଚ ମଧୁସୂଦନ ବେହେରା, ଚିନ୍ମୟ ସାହୁ,ବିଭୁତି ପଟ୍ଟନାୟକ, ପ୍ରୀତମ ବେହେରା, ଜଗତଜନନୀ ପ୍ରଧାନ, ମାଳତୀ ନାୟକ, ଜିତେନ୍ଦ୍ର ମହାରଣା ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିମନ୍ୟୁ ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମକର୍ତ୍ତା, ସୁଶାନ୍ତ ଦାସ, ଆଶିଷ ସାହୁ ପ୍ରମୁଖ ପିତାମ୍ବରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories