www.samajalive.in
Monday, December 8, 2025
17.1 C
Bhubaneswar

ଆଞ୍ଚଳିକ ଗୋପାଲଜୀ ପଣ୍ଡିତ ମହାସଭାର ବୈଠକ

ସମ୍ବଲପୁର: ସ୍ଥାନୀୟ ଧନୁପାଲି ସ୍ଥିତ ଗୋପାଲଜୀ ମଠ ଠାରେ ଆଞ୍ଚଳିକ ଗୋପାଲଜୀ ପଣ୍ଡିତ ମହାସଭା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମ ଚର୍ଚ୍ଚା ସହିତ ସନାତନ ଧର୍ମର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଆସନ୍ତା ୧୯ ତାରିଖରେ ଶଙ୍କର ମଠ ଠାରେ ଗୋପାଳ ସହସ୍ର ନାମ ପାଠ, ଗୋ ପୂଜନ, ସୁର୍ଯ୍ୟ ପୂଜା, ପଶ୍ଚିମାଞ୍ଚଳର ଜିଲା ମାନଙ୍କରେ ସାମୁହିକ ବ୍ରତୋପନୟନ, ପଣ୍ଡିତ କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନ ଉପରେ ଆଲୋଚନା କରାଯାଇ ଚୂଡାନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରବିନାରାୟଣ ପଣ୍ଡା, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ବଂଶୀଧର ମିଶ୍ର, ଆଶୁତୋଷ ହୋତା, ଆଲୋକ ପଣ୍ଡା, ଜୟକୃଷ୍ଣ କର, ସୌମିତ୍ରୀ ପାଢ଼ୀ, ସଞ୍ଜୀବ ପାଣିଗ୍ରାହୀ ଓ ଅରବିନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories