www.samajalive.in
Monday, December 8, 2025
14.1 C
Bhubaneswar

ଆର୍ନ୍ତଜାତୀୟ ବାଳିକା ଦିବସ ପାଳିତ

ସମ୍ବଲପୁର: ସ୍ଥାନୀୟ ରୋଟାରୀ କ୍ଲବର ସମ୍ମିଳନୀ କକ୍ଷରେ ଆର୍ନ୍ତଜାତୀୟ ବାଳିକା ଦିବସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ପକ୍ଷରୁ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଆଦର୍ଶ ଅନୁଷ୍ଠାନ ପକ୍ଷରୁ ବାଳିକା ଦିବସ ଉପଲକ୍ଷେ ସମ୍ବଲପୁର ଓ ଝାରସୁଗୁଡା ଜିଲାର ବିଭିନ୍ନ ଡାକ୍ତରଖାନା ଗୁଡିକରେ ଆଜି ଜନ୍ମ ନେଇଥିବା ଶିଶୁ କନ୍ୟା ମାନଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଦମ୍ପତ୍ତି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ଓ ଝାରସୁଗୁଡା ଜିଲାରେ ୬ ଶହରୁ ଉର୍ଦ୍ଧ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସଂକଳ୍ପ ନିଆଯାଇଛି। କାର୍ଯ୍ୟକ୍ରମ ଅବସରରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଦର୍ଶର ସମ୍ପାଦକ ପ୍ରଦୀପ ବେହେରା, କୈଳାସ ସତ୍ୟାର୍ଥୀ ଚିଲଡ୍ରେନ ଫାଉଣ୍ଡେସନ ପ୍ରକଳ୍ପ ଜିଲା ସଂଯୋଜକ ରଞ୍ଜନ ପଟ୍ଟନାୟକ, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରଶାନ୍ତ ପାଢ଼ୀ ଓ ଜ୍ୟୋତି ଶତପଥି ପ୍ରମୁଖ ଯୋଗ ଦେଇ ଆର୍ନ୍ତଜାତୀୟ ବାଳିକା ଦିବସ ପାଳନ ତଥା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ। ଆଜି ସମ୍ବଲପୁର ଜିଲାର କଦଳୀଗଡ଼ ହାଇସ୍କୁଲ ଓ ସମ୍ବଲପୁରର ଶ୍ରୀ ଗଣେଶ ହାଇସ୍କୁଲ ଠାରେ ସଚେତନତା ସଭା ଆୟୋଜିତ ହୋଇଥିଲା। ଆସନ୍ତା ୧୪ ତାରିଖରେ ବାଲ୍ୟ ବିବାହ ମୁକ୍ତ ଭାରତ ଶିର୍ଷକ ବିଷୟବସ୍ତୁ ଉପରେ ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର ଠାରେ ଆନ୍ତଃ ହାଇସ୍କୁଲ ସ୍ତରୀୟ ଚିତ୍ରାଙ୍କନ, ସଙ୍ଗୀତ, ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହେବ। ଏଥି ସହ ୨୮ ତାରିଖରେ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଶିଶୁ କନ୍ୟା ସୁରକ୍ଷା ନେଇ ବିଜୟିନୀ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆଦର୍ଶର ଅଭିଯାନ ସ୍ୱରୂପ ୧୦୩ ଜଣ ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁନଃ ଚିହ୍ନଟ ପୂର୍ବକ ମାଟ୍ରିକ କ୍ଲାସ ପରୀକ୍ଷା ପାଇଁ ନାମ ଲେଖାଯାଇଛି। ୬ ଶହ ଗ୍ରାମରେ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି। ଆସନ୍ତା ୧୬ ତାରିଖ ଏହି ୬ ଶହ ଗ୍ରାମବାସୀ ମାନେ ଦୀପ ପ୍ରଜ୍ୱଳନ କରି ବାଲ୍ୟ ବିବାହ ମୁକ୍ତ, ଶିଶୁ ସୁରକ୍ଷା ବଳୟ ଶପଥ ପାଠ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।। ଜିଲାରେ ଶିଶୁ ସୁରକ୍ଷା ପ୍ରସଙ୍ଗ, ବିଭିନ୍ନ ପ୍ରକାରର ଅଭାବ ଅସୁବିଧା, ସଚେତନତା ସୃଷ୍ଟି ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଆଦର୍ଶର ସ୍ୱେଚ୍ଛାସେବୀ ମାନଙ୍କ ସହିତ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories