www.samajalive.in
Monday, December 8, 2025
27.1 C
Bhubaneswar

ଏବିଭିପିର ନଗର ସମ୍ମିଳନୀ, ନୂତନ ନଗର କାର୍ଯ୍ୟକାରିଣୀ ଘୋଷିତ

ସମ୍ବଲପୁର: ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଅଖିଳ ବିଦ୍ୟାର୍ଥୀ ପରିଷଦ ସମ୍ବଲପୁରର ନଗର ସମ୍ମିଳନୀ ବୁଧବାର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ରୁପେ ବିହିପର ପ୍ରାନ୍ତ ସଂଯୋଜକ (ପଶ୍ଚିମ) ଡା. ରାଜ କୁମାର ବଡପଣ୍ଡା ଉପସ୍ଥିତ ରହି ରାଷ୍ଟ୍ର ଗଠନରେ ବିଦ୍ୟାର୍ଥୀ ମାନଙ୍କର ଭୂମିକା ଉପରେ କହିଥିଲେ। ମୁଖ୍ୟବକ୍ତା ରୂପେ ଏବିଭିପିର ପ୍ରାନ୍ତ ସହ ସଙ୍ଗଠନ ସମ୍ପାଦକ ନିକୁଞ୍ଜ ବିହାର ପଣ୍ଡା ଉପସ୍ଥିତ ରହି ପରିଷଦର ଲକ୍ଷ୍ୟ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ରୂପେ ରାଜ୍ୟ ସହ ସମ୍ପାଦକ ଶ୍ୱେତାଂଶୁ ଶେଖର ବରାଇ ଏବିଭିପିର ବାର୍ଷିକ ବିବରଣୀ ପ୍ରଦାନ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ। ଏହା ପରେ ଏବିଭିପିର ନଗରର ଆଗାମୀ ବର୍ଷ ପାଇଁ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା।

ନଗର ସଭାପତି ରୂପେ ଗଙ୍ଗାଧର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଡ. ସନ୍ତୋଷ ମଲ୍ଲିକ, ଉପ ସଭାପତି ଆନନ୍ଦ ପତି, ବିଶ୍ୱଜିତ ମହାନ୍ତି, ନଗର ସମ୍ପାଦକ ନଗେନ ରାଉତ, ସହ ସମ୍ପାଦକ ମେଘା ଦେବନାଥ, ବିନୋଦ ନାଏକ, ଆଞ୍ଚଳ ନାଏକ, ସିପନ ମିଶ୍ର, କାର୍ଯ୍ୟାଳୟ ସମ୍ପାଦକ କାହ୍ନୁ ଦଳାଇ, ରାଷ୍ଟ୍ରୀୟ କଳାମଞ୍ଚ ସଂଯୋଜିକା ପରିନିତା ସାହୁ, ଖେଳ ସଂଯୋଜକ ଶିବୁ ସ୍ୱାଇଁ, ଏସଏଫଏସ ପ୍ରମୁଖ ସୁରଜ ପଧାନ, ଏସଏଫଡି ପ୍ରମୁଖ ନୋନାଲି ଗୁଲଜାର, ଛାତ୍ରୀ ପ୍ରମୁଖ ପ୍ରାଚୀ ନାୟକ, ଛାତ୍ରୀ ସହ ପ୍ରମୁଖ ପୂଜା ଯାଦବ, ଗଣ ମାଧ୍ୟମ ସଂଯୋଜକ ନିତେଶ ପାଣିଗ୍ରାହୀ, ସହ ଗଣମାଧ୍ୟମ ସଂଯୋଜକ ଉଦୟ ରାଜ ପୁରୋହିତ, ସାମାଜିକ ଗଣମାଧ୍ୟମ ସଂଯୋଜକ ବିଶ୍ୱଜିତ ବେହେରା, ନଗର କାର୍ଯ୍ୟକାରିଣୀ ସଦସ୍ୟ କରନ ବିଶ୍ୱାଳ, ରୂପେଶ ସାଠୁଅ, ହରିଓଁ ହାତୀ, ଆଦର୍ଶ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଛି। ଜିଲା ସଂଯୋଜକ ପ୍ରତିଶି କରଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଅମନ ପ୍ରତୀକ ଦାସ ସଂଯୋଜନା କରିଥିବା ବେଳେ ଅନେକ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ। ଶେଷରେ ଯଶବର୍ଦ୍ଧନ ତିୱାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories