www.samajalive.in
Monday, December 8, 2025
20.1 C
Bhubaneswar

ସଣ୍ଡେ ଗ୍ରୁପର ବାର୍ଷିକ ଉତ୍ସବ ପାଳିତ

ସମ୍ବଲପୁର: ସ୍ଥାନୀୟ ବାଲିବନ୍ଧା ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପରିସର ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଣ୍ଡେ ଗ୍ରୁପର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମାଁ ସମଲେଶ୍ୱରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ସତ୍ୟନାରାୟଣ ଠାକୁରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ ଅରବିନ୍ଦ ମହାପାତ୍ର, ମୁଖ୍ୟବକ୍ତା ଯଶୋବନ୍ତି ନାୟକ ଓ ସମ୍ମାନୀତ ଅତିଥି ରୂପେ ପୂର୍ବତନ କାଉନସିଲର ସୁଶାନ୍ତ ପୁରୋହିତ ଯୋଗ ଦେଇଥିଲେ। ଜ୍ୟୋତି ନାୟକ ସ୍ୱାଗତ ଭାଷଣ ଓ ଶକ୍ତି ପ୍ରସାଦ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ନାଟ୍ୟକାର ଶୁଭମ ମେହେର, ଚିତ୍ର ଶିଳ୍ପୀ ପ୍ରଶାନ୍ତ ମାଝୀ, ମନୋଜ ଚୌଧୁରୀ, ବୟୋଜ୍ୟୋଷ୍ଠା ବ୍ୟକ୍ତି କୁମୁଦିନୀ ପୁରୋହିତ, ଦଶମ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ସୁପ୍ରଭା ହୋତା, ଶ୍ରଦ୍ଧା ରାଉତ, ଛାତ୍ର ଶମ୍ଭୁ ହୋତା, ସତ୍ୟରଞ୍ଜନ ପଣ୍ଡା ଓ ରିଙ୍କୁ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ହିମାଂଶୁ ପ୍ରଧାନ ଓ ପିୟୁଷ ଠାକୁରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ସଣ୍ଡେ ଗ୍ରୁପର ସମସ୍ତ ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories