www.samajalive.in
Saturday, December 6, 2025
26.1 C
Bhubaneswar

ଅସହାୟ ସନ୍ତୋଷଙ୍କୁ ସାହାଯ୍ୟର ହାତ ବଢାଇଲେ ଚା’ ବିକାଳି ଡିଗେଶ୍ଵର 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନୂଆପଡାରେ ରହୁଥିବା କିଡ୍‌‌ନୀ ରୋଗୀ ସନ୍ତୋଷ ଦଣ୍ଡସେନାଙ୍କୁ ସହଯୋଗରେ ହାତ ବଢାଇଲେ ଚା’ ବିକାଳି ଡିଗେଶ୍ଵର ଠେଲା । ସନ୍ତୋଷ କଣ୍ଟାବାଞ୍ଜିର ଏକ ହୋଟେଲରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଡାକ୍ତର ପରାମର୍ଶ ପରେ ତାଙ୍କ କିଡ୍‌‌ନୀ ଖରାପ ହୋଇଥିବା ସେ ଜାଣିବାକୁ ପାଇଥିଲେ । ରାଜ୍ୟ ସରକାର ଦେଇଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ସହଯୋଗରେ ରାଜ୍ୟ ବାହାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଉଥିବା ବେଳେ ଡାକ୍ତର କିଡ୍‌‌ନୀ ପ୍ରତିରୋପଣ ପାଇଁ କହିଛନ୍ତି । ସନ୍ତୋଷଙ୍କ ବୃଦ୍ଧା ମାଁ ନିଜ ପୁଅ ପାଇଁ କିଡ୍‌‌ନୀ ଦେବାକୁ ରାଜି ହୋଇଛନ୍ତି । ତେବେ ଏଥିରେ ଅର୍ଥ ସାଜୁଛି ବାଧକ । ବିଭିନ୍ନ ସୋସିଆଲ ମିଡିଆରେ ସନ୍ତୋଷ ତାଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଥିବା ବେଳେ ଆଜି ସ୍ଥାନୀୟ ଇନ୍ଦିରା ଛକରେ କାହ୍ନା ଟି ଷ୍ଟଲ ନାମରେ ଖୋଲିଥିବା ଚା’ ଦୋକାନ ମାଲିକ ଡିଗେଶ୍ଵର ଠେଲା ସନ୍ତୋଷଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ୭ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିଛନ୍ତି । ଆଗକୁ ମଧ୍ୟ ନିଜର ସାମର୍ଥ୍ୟ  ଅନୁସାରେ ସାହାଯ୍ୟ କରିବି ବୋଲି କହିବା ସହ ଅନ୍ୟ ମାନେ ମଧ୍ୟ ସନ୍ତୋଷଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି । ସନ୍ତୋଷଙ୍କ କଷ୍ଟକୁ ସହି ନ ପାରି ଡିଗେଶ୍ଵର ସହଯୋଗରେ ହାତ ବଢାଇଥିବା ବେଳେ ଅନ୍ୟ ସମାଜସେବୀ ସ୍ଵେଚ୍ଛାସେବୀ ମାନଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories