www.samajalive.in
Monday, December 8, 2025
24.1 C
Bhubaneswar

ବ୍ୟାଙ୍କ ଜାତୀୟକରଣ ଯୋଜନା ଗରିବଙ୍କ ନାମରେ ଦୁର୍ନୀତି: ପ୍ରଧାନମନ୍ତ୍ରୀ

ମନ୍ଦସୌର: ଇନ୍ଦିରା ଗାନ୍ଧିଙ୍କ ବ୍ୟାଙ୍କ ଜାତୀୟକରଣ ନିଷ୍ପତ୍ତି ଗରିବଙ୍କ ନାମରେ ଏକ ବଡ଼ ଦୁର୍ନୀତି। ଶ୍ରୀମତୀ ଗାନ୍ଧିଙ୍କର ‘ଗରିବୀ ହଟାଓ’ ସ୍ଲୋଗାନ୍‍ ମଧ୍ୟ ମିଥ୍ୟା ପ୍ରତିଶ୍ରୁତି। ମଧ୍ୟପ୍ରଦେଶର ମନ୍ଦସୌରର ଏକ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳମାନଙ୍କ ମଧ୍ୟରେ ପ୍ରଚାର ଜୋର ଧରିଛି। ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ନେହରୁ-ଗାନ୍ଧୀ ପରିବାରକୁ ଟାର୍ଗେଟ୍‍ କରିଥିଲେ। ଗରିବୀ ହଟାଇବା ପାଇଁ ଯେଉଁମାନେ ପ୍ରତିଶ୍ରୁତି ଦେଇଥିôଲେ ସେମାନେ ମିଛୁଆ। କଂଗ୍ରେସ ଯେତିକି ଦିନ ଶାସନ କରିଛି ତାହାର ଯଦି ଅଧା ସମୟ ସେ ସୁଯୋଗ ପାଇଥାନ୍ତେ ତେବେ ସେ ସମଗ୍ର ଦେଶରେ ଏକ ବିରାଟ ସଂସ୍କାର ଆଣିପାରିଥାନ୍ତେ। ଚାରିପିଢ଼ି ଧରି ନେହେରୁ ଗାନ୍ଧି ପରିବାର ଦେଶକୁ ଶାସନ କରିଛନ୍ତି। ଏହି ସମୟ ମଧ୍ୟରେ ସେମାନେ ଲୋକଙ୍କୁ ପ୍ରବଞ୍ଚନା ଦେବାର ଗୋଟିଏ ବି ସୁଯୋଗ ହାତଛଡ଼ା କରିନାହାନ୍ତି। ଗରିବ ଲୋକଙ୍କୁ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ପାଇଁ ବ୍ୟାଙ୍କର ଜାତୀୟକରଣ କରାଗଲା ବୋଲି ଇନ୍ଦିରା ଗାନ୍ଧି ଘୋଷଣା କରିଥିଲେ। କିନ୍ତୁ ୨୦୧୪ ସୁଦ୍ଧା ଦେଶର ଅଧା ଗରିବ ବ୍ୟାଙ୍କର ବାରଣ୍ଡା ମାଡ଼ିପାରିନଥିଲେ। ୨୦୧୪ ପରେ ଏନ୍‍ଡିଏ ସରକାରଙ୍କ ଜନଧନ ଯୋଜନା ପରେ ଗରିବ ମାନେ ବ୍ୟାଙ୍କ ସେବା ପାଇପାରିଲେ। ୬ ଦଶନ୍ଧିର ତ୍ରୁଟି ସୁଧାରିବାକୁ ଅନେକ ସମୟ ଲାଗିବ। ଏବେ ମୋତେ ମାତ୍ର ୪ ବର୍ଷ ଶାସନ କରିବାର ସୁଯୋଗ ମିଳିଛି।
୨୦୧୪ ନିର୍ବାଚନ ପୂର୍ବରୁ ମୋଦୀ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧିଙ୍କ ଲଗାତାର ଆରୋପର ପ୍ରତି ଜବାବରେ ଶ୍ରୀ ମୋଦୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories