www.samajalive.in
Monday, December 8, 2025
24.1 C
Bhubaneswar

ଗାଁ ସାଥୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସଦର ବିଧାୟକଙ୍କ ସମର୍ଥନ

କେନ୍ଦୁଝରଗଡ଼ : ୯ଦଫା ଦାବିରେ ଗାନ୍ଧୀ ଜୟନ୍ତୀରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ଶାଖା ଆନ୍ଦୋଳନକୁ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ସମର୍ଥନ ଜଣାଇଛନ୍ତି । ଶୁକ୍ରବାର ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ବିଧାୟକ ଶ୍ରୀ ମାଝୀ ଆନ୍ଦୋଳନସ୍ଥଳରେ ପହଞ୍ଚି ଗାଁ ସାଥୀ ସଂଘର ୯ଦଫା ଦାବିକୁ ସମର୍ଥନ ଜଣାଇଛନ୍ତି । ଏଥିସହ ଗାଁ ସାଥୀ ମାନଙ୍କ ଦାବିକୁ ସରକାର ପୂରଣ କରିବାରେ ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ମାଝୀ ଦାବି କରିଛନ୍ତି । ଗାଁ ସାଥୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ମାସିକ ୯୦୦୦ଟଙ୍କା ପ୍ରୋତ୍ସାହନ ରାଶି ସୁନିଶ୍ଚିତ କରିବା, ଜବ୍‌‌କାର୍ଡଧାରୀ ମାନଙ୍କୁ ବର୍ଷକୁ ୨୦୦ଦିନର କାର୍ଯ୍ୟ ଯୋଗାଣ, ସ୍ୱେଛାସେବୀ ସଙ୍ଗଠନ ମାନଙ୍କ ଏନଏମଏମଏସ୍‌‌ ପଞ୍ଜିକରଣକୁ ବନ୍ଦ, ସମସ୍ତ ଲାଇନ ଡିପାର୍ଟମେଣ୍ଟରେ ଗାଁ ସାଥୀ ମାନଙ୍କୁ ନିୟୋଜନ, ମେଟ୍‌‌ ମାଷ୍ଟର ରୋଲରେ ମେଟ୍‌‌ ମାନଙ୍କ ଦୈନିକ ପାରିଶ୍ରମିକ ସପ୍ତାହକ ମଧ୍ୟରେ ପ୍ରଦାନ, ଶ୍ରମିକ ମାନଙ୍କ ବକେୟା ମଜୁରୀ ଯଥାଶିଘ୍ର ପ୍ରଦାନ, ପୂର୍ବରୁ ଜିଲା ଖଣିଜ ପାଣ୍ଠିରୁ ପ୍ରଦାନ କରାଯାଇ ଆସୁଥିବା ୯୩ଟଙ୍କା ମଜୁରୀକୁ ପୁନଃ ମନରେଗା ଶ୍ରମିକଙ୍କୁ ପ୍ରଦାନ, ମେଟ୍‌‌ ମାନଙ୍କୁ ସର୍ବନିମ୍ନ ୧୦ଲକ୍ଷ ଟଙ୍କା ଜୀବନ ବୀମାଭୁକ୍ତ କରିବା, ମେଟ୍‌‌ ମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ତାଲିମ ପ୍ରଦାନ ଆଦି ଦାବିରେ ଜିଲାବ୍ୟାପୀ ଗାଁ ସାଥୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆହୁରି ତୀବ୍ରତର କରାଯିବ ବୋଲି ସଂଘର ଉପଦେଷ୍ଟା ଅଜିତ କୁମାର ମହାନ୍ତ ଓ ସମ୍ପାଦକ ମୋନସରୋଜ ପଣ୍ଡା ଚେତାବନୀ ଦେଇଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories