www.samajalive.in
Monday, December 8, 2025
13.1 C
Bhubaneswar

ସିକ୍କିମ ବନ୍ୟାରେ ୭ସହକର୍ମୀଙ୍କ ସହ ଫସି ରହିଛନ୍ତି ନୀଳଗିରିର ଇଞ୍ଜିନିୟର

ନୀଳଗିରି : ସିକ୍କିମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ୨୩ରୁ ଊର୍ଦ୍ଧ୍ୱ ଯବାନଙ୍କ ସମେତ ଆର୍ମି କ୍ୟାମ୍ପ, ଗାଡ଼ି ମୋଟର ସବୁ ଭାସି ଯାଇଛି । ରାସ୍ତାଘାଟ ନିଶ୍ଚିହ୍ନ ହୋଇ ଯାଇଛି । ଏହି ଦୁର୍ଘଟଣାରୁ ମାତ୍ର ୧୫୦ମିଟର ଦୂରରେ ଥିବା ନୀଳଗିରିର ଜଣେ ଯୁବ ଇଞ୍ଜିନିୟରଙ୍କ ସମେତ ବିଭିନ୍ନ ରାଜ୍ୟର ଅନ୍ୟ ୭ଜଣ ସହକର୍ମୀ ଏବେ ବି ସେଠାରେ ଫସି ରହିଛନ୍ତି । ସମ୍ପୃକ୍ତ ଇଞ୍ଜିନିୟର ଭିଡ଼ିଓ ବାର୍ତ୍ତା ଜରିଆରେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଜିଲାପାଳଙ୍କୁ ଗୁହାରି କରିଛନ୍ତି ।
ନୀଳଗିରି ଏନଏସି ୧୩ନଂ ୱାର୍ଡ଼ ଅଧୀନ ଗୋପୀନାଥପୁର ଅଞ୍ଚଳର ସତ୍ୟସୁନ୍ଦର ବାରିକ(୨୮) ଓରଫ ଚିନୁ ନାମକ ଯୁବକ ସିକିମର ନାମଥଙ୍ଗ ଇଲାକାର ଝୁଲୁଙ୍ଗେସ୍ଥିତ ପ୍ଲାଷ୍ଟୋ ଓଅର୍କ ନାମକ ଏକ କମ୍ପାନୀରେ ଇଞ୍ଜିନିୟରଭାବେ କାର୍ଯ୍ୟରତ ଅଛନ୍ତି । ବନ୍ୟା ସମୟରେ ସେ ଉକ୍ତ କମ୍ପାନୀ ପରିସରରେ ଥିବା ଏକ କର୍ମଚାରୀ କକ୍ଷରେ ରହିଥିଲେ । ଆଖି ଆଗରେ ପ୍ରଳୟଙ୍କାରୀ ବନ୍ୟାରେ ଲୋକମାନେ ଭାସି ଯାଉଥିବା ଦେଖି ପାରିଥିଲେ। ଏଭଳି ଭୟାବହ ପରିସ୍ଥିତି ସେ ଆଜି ପର୍ଯ୍ୟନ୍ତ ଦେଖିନଥିଲେ ବୋଲି କହିଛନ୍ତି । ସମ୍ପ୍ରତି ସେ ବିପଦଜନକ ପରିସ୍ଥିତିରେ ରହିଛନ୍ତି। ଏକ ବିଶାଳ ପାହାଡ଼ ଉପରେ ସତ୍ୟସୁନ୍ଦରଙ୍କ ସମେତ ସହକର୍ମୀ ସୁରିୟାନନ୍ଦ ପାଶୱାନ, ନିର୍ମଳ ବର୍ମା, ବିକାଶ କୁମାର, ବିପ୍ଳବ ସିଂହ, ରୋହିତ ସ, ପରିମଳ ରାୟ, ସୁଜିତ ସିଂହ ପ୍ରମୁଖ ଫସି ରହିଥିବା ସୂଚନା ମିଳିଛି। ଲାଇନ ନଥିବା ଯୋଗୁ ଏମାନେ ୩ଦିନ ହେବ ଅନ୍ଧାରରେ କାଳାତିପାତ କରୁଥିବା ବେଳେ ଖାଇବା ପିଇବା ବି ସେମାନଙ୍କ ପାଖରେ ନାହିଁ । ଏହି ବିପଦଜନକ ସ୍ଥାନରୁ ଉଦ୍ଧାର କରିବା ପାଇଁ ସମ୍ପୃକ୍ତ ଇଞ୍ଜିନିୟର ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ଜିଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି। ସେପଟେ ଯୁବକଙ୍କ ଏଭଳି ପରିସ୍ଥିତି ଶୁଣି ପରିବାରରେ କାନ୍ଦ ବୋବାଳି ପଡ଼ି ଯାଇଛି । ଏଥିପ୍ରତି ସରକାର ଓ ସ୍ଥାନୀୟ ପ୍ରଶାସନ ତରଫରୁ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅପରପକ୍ଷରେ ଏହି ଖବରପାଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଗୁରୁବାରସନ୍ଧ୍ୟାରେ ସମ୍ପୃକ୍ତ ଯୁବକଙ୍କ ସହ ଯୋଗାଯୋଗ କରି ତାଙ୍କୁ ଧର୍ଯ୍ୟ ଧରିବାକୁ କହିଛନ୍ତି । ସାଂସଦ ଶ୍ରୀ ଷଡ଼ଙ୍ଗୀଠାରୁ ଖବରପାଇ ସିକ୍କିମ ପ୍ରତିରକ୍ଷା(ଆଇଟି) ବିଭାଗର ସୁବାଇ ଶାହା ନାମକ ଜଣେ ଉଚ୍ଚଅଧିକାରୀ ସତ୍ୟସୁନ୍ଦରଙ୍କ ସହ ଆଲୋଚନା କରିଛନ୍ତି । ନଦୀର ଆର ପଟେ ଏହି ଅଧିକାରୀଙ୍କ ସମେତ ଅନ୍ୟ ଯବାନମାନେ ମଧ୍ୟ ଫସି ରହିଥିବା ଯୋଗୁ ଆଜି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories