www.samajalive.in
Monday, December 8, 2025
27.1 C
Bhubaneswar

୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର – ନାସା

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଆମେରିକାର ସ୍ପେସ୍ ଏଜେନ୍ସି ନାସା ବର୍ତ୍ତମାନ ଲକ୍ଷ୍ୟ ରଖିଛି ଯେ ଏଥରକ ଚନ୍ଦ୍ରରେ ଦୀର୍ଘକାଳୀନ ରହଣି ହେବ। ଏହି ଯୋଜନାକୁ ସଫଳ କରିବା ପାଇଁ ନାସା ଚନ୍ଦ୍ରରେ ଘର ନିର୍ମାଣ କରିବାକୁ ଯାଉଛି – ଯାହା କେବଳ ମହାକାଶଚାରୀଙ୍କ ଦ୍ୱାରା ନୁହେଁ, ସାଧାରଣ ଲୋକଙ୍କ ଦ୍ୱାରା ମଧ୍ୟ ବ୍ୟବହାର କରାଯାଇପାରିବ। ସ୍ପେସ୍ ଏଜେନ୍ସି ଚନ୍ଦ୍ରକୁ ଏକ ଥ୍ରୀ-ଡି ପ୍ରିଣ୍ଟର୍ ପ୍ରେରଣ କରି ଚନ୍ଦ୍ରର ଉପର ସ୍ତରରେ ଥିବା ପଥର, ଖଣିଜ ପଦାର୍ଥ ଏବଂ ଧୂଳି ଆଦି ଉପରେ ଅନୁସନ୍ଧାନ କରି ନୂତନ ଜ୍ଞାନକୌଶଳ ମଧ୍ୟ ପ୍ରୟୋଗ କରିବ। ନାସା ଗବେଷକ କହିଛନ୍ତି, ବିଶ୍ବସ୍ତରରେ ଜଣାଶୁଣା ବିଶ୍ୱବିଦ୍ୟାଳୟ ଏବଂ ବେସରକାରୀ କମ୍ପାନୀଙ୍କ ସହଭାଗିତା ମାଧ୍ୟମରେ ଏହି ଚନ୍ଦ୍ର ରହଣି ଯୋଜନାକୁ ସଫଳ କରାଯିବାକୁ ଉଦ୍ୟମ ଚାଲିଛି।

ଜନୈକ ବରିଷ୍ଠ ନିର୍ଦ୍ଦେଶକ ନିକି ୱର୍କାଇଜର କହିଛନ୍ତି ଯେ “ଆମେ ସ୍ଥିର କରିସାରିଲୁଣି ଯେ ଚନ୍ଦ୍ରରେ ପହଞ୍ଚିବା ଅନିବାର୍ଯ୍ୟ ଅଟେ’’। ଫେବୃଆରୀ ୨୦୨୪ରେ ଚନ୍ଦ୍ରକୁ ଏହି ଥ୍ରୀଡ଼ି ପ୍ରିଣ୍ଟର ପ୍ରେରଣ କରାଯିବ, ବର୍ତ୍ତମାନ ଏହାର ପରୀକ୍ଷା ଚାଲିଛି। ୨୦୪୦ ଲକ୍ଷ୍ୟରେ ପହଞ୍ଚିବା ପାଇଁ ନାସା ଟେକ୍ସାସର ଅବସ୍ଥିତ ଏକ ନିର୍ମାଣ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଆଇକନ୍‌ ସହିତ ସହଭାଗୀ ହୋଇଥିବା ପ୍ରକାଶ। ପ୍ରଥମଥର ୨୦୨୦ରେ ଆଇକନ୍‌କୁ ନାସା ତରଫରୁ ଅର୍ଥ ଦିଆଯାଇଥିଲା, ୨୦୨୨ରେ ଏହା ମହାକାଶ ଆଧାରିତ ନିର୍ମାଣ ପ୍ରଣାଳୀ ପାଇଁ ନାସା ନିକଟରୁ ଅତିରିକ୍ତ ୬୦ମିଲିୟନ୍ ଡଲାର ଗ୍ରହଣ କରି ଗବେଷଣାକୁ ଆଗକୁ ବଢ଼ାଉଛି। ଚନ୍ଦ୍ରରେ ରକେଟ୍ ଅବତରଣ ପ୍ୟାଡ୍ ଠାରୁ ଆରମ୍ଭ କରି ବାସସ୍ଥାନ ପର୍ଯ୍ୟନ୍ତ ସବୁକିଛିର ଡିଜାଇନ୍ ଏହି କମ୍ପାନୀ କରିବ। ନାସା ଗବେଷକ ମୁଖ୍ୟ କହିଛନ୍ତି, ଯୁବପିଢ଼ି ଚନ୍ଦ୍ରରେ ବସବାସ ଆରମ୍ଭ କରିବାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଆମେ ସମସ୍ତେ ଅନ୍ୟ ଏକ ସମ୍ଭାବ୍ୟ ପରିସ୍ଥିତି ମଧ୍ୟ ଭାବିବା ଦରକାର ଯେ ପୃଥିବୀରେ ଅଗାମୀ କିଛି ବର୍ଷ ପରେ ସମ୍ବଳ ସରିଯିବ। ତେଣୁ ଚନ୍ଦ୍ରରେ ଥିବା ଖଣିଜ ପଦାର୍ଥର ଯଥା ଉପଯୋଗ ହେବା ସହ ଭବିଷ୍ୟତରେ କାରଖାନା ପ୍ରତିଷ୍ଠା କରିବା ଲକ୍ଷ୍ୟ ବି ରଖିଛନ୍ତି ଗବେଷକଦଳ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories