www.samajalive.in
Sunday, December 7, 2025
15.1 C
Bhubaneswar

ଈଶ୍ବରଙ୍କ ଚମତ୍କାରୀ; କୋରିନ୍

ସେ କୌଣସି ବଲିଉଡ ସେଲବ୍ରିଟି ଅବା ନାମୀ ଶିଳ୍ପପତି ନୁହନ୍ତି, କିନ୍ତୁ ଗଣମାଧ୍ୟମ ଓ ସୋସିଆଲ ସାଇଟ୍‌ରେ ଏକ ପରିଚିତ ନାମ ହେଉଛି କୋରିନ୍ ଆଣ୍ଟୋନିଟି ରସ୍କିନା। ୬୧ ବର୍ଷୀୟା କୋରିନ୍ ମାଙ୍ଗାଲୋରର ଏକ ଧନିକ ପରିବାରର ଝିଅ ଥିଲେ। ଯୌଥ ପରିବାରରେ ୮ ଭାଇଙ୍କ ମଧ୍ୟରେ ସେ ଥିଲେ ଗେହ୍ଲୀ ଭଉଣୀ। ବଡ଼ବାପା, ବଡ଼ ମା’ଙ୍କ ଠାରୁ ଆରମ୍ଭ କରି ଦାଦା, ଖୁଡ଼ୀ ସମସ୍ତଙ୍କର ପ୍ରିୟ ହେଲେ କୋରିନ୍। ମାତ୍ର ୧୫ ବର୍ଷ ବୟସରେ କୋରିନ୍ ଏକ ପାରିବାରିକ ଉତ୍ସବରେ ବାପାଙ୍କ ବନ୍ଧୁର ପୁଅ ଜୋସେଫ୍ ସହ ପ୍ରଥମଥର ଭେଟିଥିଲେ। କିଛି ମାସ ପରେ ଦୁହିଁଙ୍କ ବନ୍ଧୁତା ଘନିଷ୍ଠ ହେଲା ଓ ପରେ ଦୁହେଁ ପ୍ରେମରେ ବାନ୍ଧି ହେଲେ। ଉଭୟ ପରିବାର ମଧ୍ୟ ଏଇ ସମ୍ପର୍କକୁ ସ୍ବୀକୃତି ଦେଲେ। କୋରିନ୍‌ଙ୍କୁ ଯେତେବେଳେ ୨୬ ବର୍ଷ, ବେଶ୍ ଆଡ଼ମ୍ବରରେ ଜୋସେଫ୍‌ଙ୍କ ସହ ବିବାହ ସମ୍ପନ୍ନ ହେଲା। ବିବାହର ୫ ମାସ ପରେ ତାଙ୍କ ‘ଓଭାରିଆନ୍ ସିଷ୍ଟ’ ରୋଗ ବିଷୟରେ ଡାକ୍ତର ପରୀକ୍ଷାରୁ ଜଣାପଡ଼ିଲା। ଅପରେସନ୍ ସତ୍ତ୍ବେ କୋରିନ୍ ଆରୋଗ୍ୟ ହୋଇପାରିଲେନି ବରଂ ଡାକ୍ତର ସ୍ପଷ୍ଟ କଲେ ଯେ ସେ କେବେହେଲେ ମା’ ହୋଇପାରିବେନି। କୋରିନ୍ ସ୍ଥାଣୁ ପାଲଟିଗଲେ। ଅନ୍ୟପାଖେ ଜୋସେଫ୍‌ଙ୍କ ମା’ କନ୍ଦାକଟା ଆରମ୍ଭ କରିଦେଲେ। ତାଙ୍କର ଗୋଟିଏ ବୋଲି ପୁଅ ସନ୍ତାନ ସୁଖ ପାଇପାରିବନି। ଜୋସେଫ୍ କିନ୍ତୁ ପ୍ରତି ମୁହୂର୍ତ୍ତରେ ପତ୍ନୀଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥାନ୍ତି ଉନ୍ନତ ଡାକ୍ତରୀ ଚିକିତ୍ସାରେ ସବୁ ସମ୍ଭବ। ଆଇଭିଏଫ୍ ପ୍ରକ୍ରିୟା ଆରମ୍ଭ ହେଲା, ପାଣି ପରି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ବେ ଲାଭ ମିଳୁନଥାଏ। ଏପରିକି ସେମାନେ ଆମେରିକା ଯାଇ ଆଇଭିଏଫ୍ କରି ମଧ୍ୟ ସଫଳ ହେଲେନି। ବିଭିନ୍ନ ଆଡ଼ୁ କୋରିନ୍‌ଙ୍କୁ ଲାଞ୍ଛନା,ଅପମାନ ମିଳୁଥାଏ। ଏସବୁ ଭିତରେ କେରଳର ପୋଟା ରିଟ୍ରିଟ୍ ସେଣ୍ଟରକୁ ଗଲେ କୋରିନ୍ ଓ ତାଙ୍କ ସ୍ବାମୀ। ଧାର୍ମିକ ବାତାବରଣ ଥିବା ଏଇ ସେଣ୍ଟରରେ ଈଶ୍ବରଙ୍କୁ ନିଜକୁ ସମର୍ପି ଦେଲେ କୋରିନ୍। ସେଠାରୁ ଫେରିବାର ୨ ମାସ ପରେ ଜଣାପଡ଼ିଲା, କୋରିନ୍ ଗର୍ଭବତୀ। ସବୁଠୁ ଅଧିକ ଖୁସି ତାଙ୍କ ଶାଶୂ ହେଲେ। ଯଥାସମୟରେ ସୁସ୍ଥସବଳ କନ୍ୟା ସନ୍ତାନର ଜନ୍ମ ହେଲା। କୋରିନ୍‌ଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ବୁଝିପାରିଲେନି ପ୍ରକୃତରେ କୋରିନ୍ ଗର୍ଭବତୀ କିପରି ହେଲେ? କାରଣ ଡାକ୍ତରୀ ରିପୋର୍ଟ ଅନୁସାରେ ଏହା ସ୍ପଷ୍ଟ ହୋଇସାରିଥିଲା ଯେ ସେ ମା’ ହୋଇପାରିବେନି। କୋରିନ୍‌ଙ୍କୁ ୪୧ ବର୍ଷ ହେଲାବେଳକୁ ସେ ସ୍ତନକର୍କଟରେ ଆକ୍ରାନ୍ତ ହେଲେ। କେମୋଥେରାପି ନେବାର କିଛି ମାସ ପରେ ସେ କୋମାକୁ ଚାଲିଗଲେ। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ବେ ରୋଗୀର କୌଣସି ଉନ୍ନତି ହେଉନଥାଏ। କୋମାରେ ଥିବାର ନବମ ଦିନ କୋରିନ୍‌ଙ୍କର ଚେତା ଆସିଲା। ଏହା ଈଶ୍ବରଙ୍କ ଚମତ୍କାର ନୁହେଁ ତ’ ଆଉ କ’ଣ ବୋଲି କୋରିନ୍ କହିଛନ୍ତି। ଆଜି ତାଙ୍କ ଝିଅ ବେଲା ଏକ ନାମୀ କମ୍ପାନୀର ଉଚ୍ଚ ପଦରେ କାର୍ୟ୍ୟରତ। ନିଜ ଜୀବନର ଅନୁଭୂତିରୁ କୋରିନ୍ କହିଛନ୍ତି, ମୁଁ ଈଶ୍ବରଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛି, ବୋଧହୁଏ ସେଥିପାଇଁ ଆଜି ଜୀବିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories