www.samajalive.in
Monday, December 8, 2025
20.1 C
Bhubaneswar

ଜାଣନ୍ତୁ ମାର୍ଗଶୀରରେ ଶଙ୍ଖ ପୂଜାର ମହତ୍ତ୍ୱ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ୨୪ ନଭେମ୍ବର ଶନିବାର ମାର୍ଗଶୀର ମାସର ଆରମ୍ଭ ହୋଇଛି। ଶାସ୍ତ୍ରରେ ଏହି ମାସକୁ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ କୁହାଯାଇଥାଏ। ଏହି ମାସରେ ଶଙ୍ଖ ପୂଜାର ବିଶେଷ ମହତ୍ତ୍ୱ ରହିଛି। ସାଧାରଣ ଶଙ୍ଖକୁ ମଧ୍ୟ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ସହ ସମାନ ଭାବି ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।
ପୁରାଣ ଅନୁଯାୟୀ ବିଧିବିଧାନ ପୂର୍ବକ ମାର୍ଗଶୀର ମାସରେ ଶଙ୍ଖର ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ। ଯେଉଁ ପ୍ରକାରରେ ସମସ୍ତ ଦେବାଦେବୀଙ୍କର ପୂଜା ପୂଜାର୍ଚ୍ଚନା କରାଯାଇଥାଏ, ସେହି ପ୍ରକାରରେ ଶଙ୍ଖର ପୂଜା କରିବା ଆବଶ୍ୟକ ଅଟେ। ସାଧାରଣ ଶଙ୍ଖ ମଧ୍ୟ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ସମାନ ଶୁଭ ଫଳ ପ୍ରଦାନ କରେ, କାରଣ ଏହା ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରିୟ ଅଟେ।
ଶଙ୍ଖ ପୂଜାର ମହତ୍ତ୍ୱ….
ସମସ୍ତ ଶୁଭ କାର୍ଯ୍ୟରେ ଶଙ୍ଖର ବିଶେଷ ସ୍ଥାନ ରହିଛି। ଶଙ୍ଖର ଜଳ ସମସ୍ତଙ୍କୁ ପବିତ୍ର କରିଥାଏ ବୋଲି କୁହାଯାଏ। ତେଣୁ ସମସ୍ତ ପୂଜା ପରେ ଏହାର ଜଳକୁ ଶ୍ରଦ୍ଧାଳୁଙ୍କ ଉପରେ ଛିଞ୍ଚା ଯାଇଥାଏ।
ଶଙ୍ଖକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ। ଏହାକୁ ପୂଜା କଲେ ମା’ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଏ। ତେଣୁ ଶଙ୍ଖକୁ ନିୟମିତ ପୂଜା କରାଯାଉଥିବା ଘରେ ଧନର ଅଭାବ ହୋଇନଥାଏ।
ବିଷ୍ଣୁ ପୁରାଣ ଅନୁଯାୟୀ ଦେବୀ ମହାଲକ୍ଷ୍ମୀ ସମୁଦ୍ରଙ୍କର କନ୍ୟା ଅଟନ୍ତି ଏବଂ ସମୁଦ୍ର ମନ୍ଥନ ସମୟରେ ଶଙ୍ଖ ପ୍ରକଟ ହୋଇଥିଲେ। ଏହି କାରଣରୁ ଶଙ୍ଖକୁ ମା’ଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଇଥାଏ। ତେଣୁ ଏହାର ପୂଜା କରିବା ଦ୍ୱାରା ଭକ୍ତଙ୍କୁ ସମସ୍ତ ପ୍ରକାରର ସୁଖ ପ୍ରାପ୍ତି ହୋଇଥାଏ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories