www.samajalive.in
Sunday, December 7, 2025
16.1 C
Bhubaneswar

ଆଦିବାସୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ଦାବି

ୱାଶିଂଟନ୍‍: ଆମେରିକୀୟ ପର୍ଯ୍ୟଟକ ତଥା ଧର୍ମପ୍ରଚାରକ ଜନ୍‍ ଆଲେନ୍‍ ଚାଉଙ୍କ ମୃତ୍ୟୁ ଘଟଣାରେ ଆମେରିକାସ୍ଥିତ ଇଣ୍ଟରନ୍ୟାଶ୍‍ନାଲ୍‍ ଖ୍ରୀଷ୍ଟିଆନ୍‍ କନ୍‍ସର୍ନ ଉଦ୍‍ବେଗ ପ୍ରକାଶ କରିବା ସହିତ ସମ୍ପୃକ୍ତ ଆଦିବାସୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ଦାବି କରିଛି।
ଏକ ୱେବ୍‍ସାଇଟକୁ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଜନ୍‍୍‍ଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ପ୍ରତି ଆମର ସମବେଦନା ରହିଛି। କିନ୍ତୁ ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ସହିତ ମାମଲା ରୁଜୁ ହେବା ଆବଶ୍ୟକ।
ସୂଚନାଯୋଗ୍ୟ, ଆଣ୍ଡାମାନ୍‍ ନିକୋବରରେ ଆଦିମ ଅଧିବାସୀ ରହୁଥିବା ଅଞ୍ଚଳକୁ ଯିବା ପାଇଁ ବାହାର ଲୋକଙ୍କୁ ବାରଣ କରାଯାଇଥିବା ବେଳେ ଜନ୍‍ ତଟରକ୍ଷୀଙ୍କ ଦୃଷ୍ଟି ଆଢ଼ୁଆଳରୁ ଲୁଚି ସେଠାକୁ ଯାଇଥିଲେ। ଗୋଟିଏ ଦିନ ପରେ ତାଙ୍କର ମୃତ ଦେହକୁ ସମୁଦ୍ର କୂଳରେ ପଡ଼ିଥିବା ମତ୍ସ୍ୟଜୀବୀମାନେ ଦେଖି ଜନ୍‍ଙ୍କ ସାଥୀ ଆଲେକ୍ସଙ୍କୁ କହିଥିଲେ। ଆଦିମ ଅଧିବାସୀଙ୍କ ତୀରମାଡ଼ରେ ଜନ୍‍ଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏ ପର୍ଯ୍ୟନ୍ତ ଜନ୍‍ଙ୍କ ମୃତ ଦେହ ଠାବ କରାଯାଇପାରିନାହିଁ। ଜନ୍‍ଙ୍କୁ ନେଇ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ଅପରପକ୍ଷରେ ଏହି ଘଟଣାରେ ଜନ୍‍ଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସେ ଈଶ୍ୱର ଓ ଜୀବନକୁ ଖୁବ୍‍ ଭଲ ପାଉଥିଲେ। ତାଙ୍କ ମୃତ୍ୟୁ ଆମକୁ ଅଶେଷ ଦୁଃଖ ଦେଇଛି। ଏହି ଘଟଣାରେ ଅଟକ ଥିବା ଲୋକଙ୍କୁ ଛାଡ଼ି ଦେବା ପାଇଁ ଜନ୍‍ଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories