www.samajalive.in
Sunday, December 7, 2025
16.1 C
Bhubaneswar

ମହିଳା ସଂରକ୍ଷଣ ବିଲ୍‌କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି।

ସେପ୍ଟେମ୍ବର ୨୦ରେ ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା। ମହିଳା ସଂରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଭୋଟିଂ ଜରିଆରେ ପାରିତ ହୋଇଥିଲା। ମହିଳା ସଂରକ୍ଷଣ ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ୨ଟି ଭୋଟ୍ ପଡ଼ିଥିଲା। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟର ବିତର୍କ ପରେ ଲୋକସଭାରେ ପାରିତ ହୋଇଥିଲା ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌। କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା।

- Advertisement -

ଏହାପରେ ସେପ୍ଟେମ୍ବର ୨୧ରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ଏହି ବିଲ୍ ବିରୋଧରେ ଗୋଟିଏ ହେଲେ ଭୋଟ ପଡ଼ିଲା ନାହିଁ। ସଂସଦର ଉଭୟ ଗୃହରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍।

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ପରେ ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯାଇଥିଲା। ଆଜି ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେବା ପରେ ମହିଳା ସଂରକ୍ଷଣ ବିଲ୍‌ଟି ଆଇନରେ ପରିଣତ ହୋଇଛି। କିନ୍ତୁ ଆଇନରେ ପରିଣତ ହେଲେ ମଧ୍ୟ ଏହାର ବ୍ୟବସ୍ଥା ୨୦୨୯ ପୂର୍ବରୁ ଲାଗୁ ହୋଇପାରିବ ନାହିଁ ବୋଲି ଜଣାପଡ଼ିଛି। ଏହି ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲୀ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ରହିଛି।

ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ୩ ଦଶନ୍ଧି ଧରି ଏକାଧିକ ଥର ମହିଳା ସଂରକ୍ଷଣ ବିଲକୁ ପାସ୍‌ କରିବାକୁ ଲୋକସଭାରେ ପ୍ରୟାସ କରାଯାଇଥିଲା। ୨୦୧୦ରେ ରାଜ୍ୟସଭାରେ ମହିଳା ସଂରକ୍ଷିତ ବିଲ୍‌ ପାରିତ ହୋଇଥିଲା। ତେବେ ଲୋକସଭାରେ ପ୍ରଥମଥର ପାଇଁ ସର୍ବସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories