www.samajalive.in
Wednesday, December 10, 2025
18.1 C
Bhubaneswar

ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଉଦ୍‍ଘାଟିତ

ବଡ଼ସାହି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାଣତ୍ରୀ ଠାରେ ବାବା କଖାରୁଆ ବୈଦନାଥ ଯୁବକ ସଂଘ ଆନୁକୂଲ୍ୟରେ ୩ଦିନ ଧରି ଚାଲିବାକୁ ଥିବା ୮ମ ବାର୍ଷର୍ିକ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବର ଶୁକ୍ରବାର ସନ୍ଧ୍ୟାରେ ଉଦ୍‍ଘାଟିତ ହୋଇଯାଇଛି। ସଂଘର ସଭାପତି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଲେଶ୍ୱର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ଯୋଗ ଦେଇଥିଲେ। ମୟୂରଭଞ୍ଜ ଜିଲାର ସର୍ବପୁରାତନ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଓଡ଼ିଆ ଜାତିର ଐତିହ୍ୟ, ସଂସ୍କୃତି ଓ ମୌଳିକତାକୁ ବଞ୍ଚାଇବା ସାଙ୍ଗକୁ ନୂତନ ପ୍ରତିଭାଙ୍କୁ ଏକ ମଞ୍ଚ ପ୍ରଦାନକରି ପରିଚୟ ସୃଷ୍ଟି କରିଥିବାରୁ ସାଧୁବାଦ ଜଣାଇଥିଲେ। ତିନିଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଜୁନିୟନ ଓ ସିନିୟର ବିଭାଗର ସୋଲ ଓ ଗ୍ରୁପଡ଼୍ୟାନ୍ସରେ ବିଭିନ୍ନ ସ୍କୁଲର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ଦୈତ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଥିବା ବେଳେ ଉଦଯାପନୀ ସନ୍ଧ୍ୟାରେ ଷ୍ଟାରନାଇଟ କାର୍ଯ୍ୟକ୍ରମ ରହିଛି। ଶିକ୍ଷକ ଶଚ୍ଚୀନ୍ଦ୍ର ବିଶ୍ୱାଳ ମଞ୍ଚ ପରିଚାଳନା ଓ ସଭାପତି ଶ୍ରୀ ପଣ୍ଡା ସଂଘର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ସମ୍ପାଦକ ଅଜିତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବଡ଼ସାହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ। ରାକେଶ ମହାପାତ୍ରଙ୍କ ନେତୃତ୍ୟରେ ସଂଘର ସମସ୍ତ ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories