www.samajalive.in
Saturday, December 6, 2025
26.1 C
Bhubaneswar

ସବୁ ଜାଣି ଅଜଣା ଅବକାରୀ ବିଭାଗ; ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି

ଲଡୁଗାଁ: କୋକସରା ବ୍ଲକ ସଦର ମହକୁମା ଚିଲିଗୁଡାଠାରେ ହୋଇଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ ବିଦେଶୀ ମଦ ଚୋରା ଚାଲାଣ ହେଉଥିବାରୁ ଦୋକାନ ମାଲିକ ଓ ଅବକାରୀ ବିଭାଗ ଅଧିକାରୀଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଚଳିତ ବର୍ଷ ନୂଆଁଖାଇ ପର୍ବ ପାଳନ ସମୟରେ ମାଦକ ଦ୍ରବ୍ୟ ଚାହିଦା ବୃଦ୍ଧି ପାଉଥିବା ବେଳେ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି ନ କରି ଚଢାଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।

ପ୍ରକାଶ ଥାଉ କି, ଏ ନେଇ ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍‌ ବସିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଏମ୍‌ଆର୍‌ପି ମୂଲ୍ୟରେ ହିଁ ମଦ ବିକ୍ରି କରାଯିବ। ଯଦି କୌଣସି ଦୋକାନୀ ଅଧିକ ଦାମରେ ମଦ ବିକ୍ରି କରୁଛନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏକ ବର୍ଷ ପାଇଁ ତାଙ୍କ ଲାଇସେନ୍ସ ବାତିଲ କରି ଦିଆଯିବ ବୋଲି ସରକାର ଗାଇଡ୍‌ଲାଇନ ଜାରି କରିଥିଲେ। ଅଥଚ ଦୋକାନୀ ଏହାକୁ ଖାତିର ନ କରି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ସବୁବେଳେ ଅଭିଯୋଗ ହେଉଛି। ଅନ୍ୟପଟେ ଉକ୍ତ ଦୋକାନୀ ସରକାରୀ ନିୟମ ଅନୁସାରେ ଦୋକାନରେ ବିକ୍ରି ହେଉଥିବା ବ୍ରାଣ୍ଡର ଦର ତାଲିକା ବାହାରେ ଲେଖିବାକୁ ନିୟମ ଥିବାବେଳେ ଦୋକାନୀ ଦର ତାଲିକା ନ ଲେଖି ଚଢା ଦରରେ ବିକ୍ରି କରୁଛନ୍ତି । ଏଥିପ୍ରତି ବିଭାଗ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ରଞ୍ଜନ ନାଏକଙ୍କ ସହ ଯୋଗାଯୋଗ କରାଯିବା ପରେ ସେ କୁହନ୍ତି, ଆମେ ଯାହା କରୁଛୁ ସବୁ ନିମୟ ଅନୁଯାୟୀ କରୁଛୁ, ଆକ୍ସନ ନେଉଛୁ। ମୁଁ ଲୋକାଲ ସବ୍ ଇନ୍ସପେକ୍ଟରଙ୍କୁ କହୁଛି, ସେ ଘଟଣାଟି ଯଦି ସତ ହୁଏ ଏଥିପ୍ରତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ତେବେ ଗ୍ରାହକଙ୍କ ବାରମ୍ବାର ଅଭିଯୋଗ ଓ ଖବରକାଗଜରେ ପ୍ରକାଶିତ ହେଉଥିବା ସତ୍ତ୍ୱେ ଅବକାରୀ ବିଭାଗ କିଭଳି ନିରବଦ୍ରଷ୍ଟା ସାଜିଛନ୍ତି, ତାହାହିଁ ଚିନ୍ତାର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories