ମୁମ୍ବଇରେ ବୋଇତ ବନ୍ଦାଣ ଉତ୍ସବ ପାଳିତ
ମୁମ୍ବଇ .- ଦୂରରେ ରହିବି ଅନେକ ଓଡ଼ିଆ ନିଜର ରୀତି ନୀତି ଓ ପରମ୍ପରାକୁ ଭୁଲି ଯାଇ ନାହାନ୍ତି । ଦେଶ ବିଦେଶରେ ରହୁଥିବା ଅନେକ ଓଡ଼ିଆ ନିଜର ରୀତି ନୀତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଭିନ୍ନ ପର୍ବ ପର୍ବାଣୀକୁ ପାଳନ କରିଥାଆନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ମୁମ୍ବଇରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀମାନେ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରିଛନ୍ତି ।
ଓଡ଼ିଶା ଗୌରବମୟ ନୌବାଣିଜ୍ୟ ଐତିହକୁ ମନେ ପକାଇବା ସହ ବମ୍ବେ ଓଡ଼ିଆ ମହିଳା ସଂଘ (ବୋଆ) ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣମାକୁ ଧୂମଧାମରେ ପାଳନ କରାଯାଇଛି । ନିଜ କାର୍ଯ୍ୟବ୍ୟସ୍ତତାରୁ ସମୟ ବାହର କରି ବହୁ ସଂଖ୍ୟାରେ ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି । ବୃନ୍ଦାବତୀଙ୍କ ପୂଜା ଓ ମୁରୁଜ ପକା ପରେ ଏକ ସୁସଜ୍ଜିତ ବୋଇତ ବନ୍ଦାଣ କରାଯାଇଥିଲା । ନଭି ମୁମ୍ବଇର ନେରୁଲରେ ଥିବା ପାମ୍ ହ୍ରଦ ନିକଟରେ ବୋଇତ ବନ୍ଦାଣ କରାଯାଇଥିଲା ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବୋଆର ଅଧ୍ୟକ୍ଷା କାନନିକ ତ୍ରିପାଠୀ, ଉପାଧ୍ୟକ୍ଷା ପୁଷ୍ପା ଦାସ, ପ୍ରତିଭା ବୀର ,ଓ ସମ୍ପାଦିକା ମୀରା ମିଶ୍ର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।