www.samajalive.in
Thursday, December 11, 2025
14.1 C
Bhubaneswar

ବୌଦ୍ଧ ଜିଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳିତ

ବୌଦ୍ଧ  : ବୌଦ୍ଧ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ  ପାଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଉପକୃତ ହିତାଧିକାରୀମାନଙ୍କ ଗହଣରେ ବୌଦ୍ଧ ମାତଙ୍ଗେଶ୍ୱର ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ପୂଜାର୍ଚ୍ଚନା କରାଯିବା ସହିତ ବେଦପାଠ ଓ ଦୀପଦାନ କରାଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭରେ ଜିଲାସ୍ତରରେ ଓ ସମସ୍ତ ମଣ୍ଡଳସ୍ତରରେ ନେତୃବୃନ୍ଦଙ୍କ ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପକୃତ ହୋଇଥିବା ଲାଭାର୍ଥୀମାନେ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ଭାଗ ନେଇଥିଲେ । ଏହି ଯୋଜନାରେ ୧୮ ପ୍ରକାର ପାରମ୍ପରିକ କୌଳିକ ବୃତ୍ତି  କରୁଥିବା ବର୍ଗର ବିଶ୍ୱକର୍ମା ଭାଇ ଭଉଣୀମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ୫ ପ୍ରତିଶତ ସୁଧରେ ଋଣ ପ୍ରଦାନ,୧୫ ହଜାର ଟଙ୍କାର ଟୁଲ କିଟ୍ ଏବଂ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ ସହିତ ଦୈନିକ ୫ ଶହ ଟଙ୍କା ଷ୍ଟାଇପେଣ୍ଡ ଓ ପ୍ରମାଣପତ୍ର ସହିତ ବଜାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଜିଲା ବିଜେପି ସଭାପତି ଶ୍ରୀମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଶିଶିର କୁମାର ଘୋଷ, ଶ୍ୟାମ ସୁନ୍ଦର ପୁରୋହିତ, ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ମନରଂଜନ ଦାଶ, ମିନାରାଣୀ ମିଶ୍ର, ନମିତାରାଣୀ ଦାଶ, ସରୋଜ କୁମାର ପ୍ରଧାନ, ବ୍ୟୋମକେଶ ମହାପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories