www.samajalive.in
Saturday, December 13, 2025
14.1 C
Bhubaneswar

ବିଶ୍ୱକର୍ମା ପୂଜା ପାଇଁ କେନ୍ଦୁଝର ଚଳଚଞ୍ଚଳ

କେନ୍ଦୁଝରଗଡ଼ : ଖଣି ଓ ଶିଳ୍ପାନୁଷ୍ଠାନରେ ଭରପୁର କେନ୍ଦୁଝର ଜିଲାରେ ଦେବଶିଳ୍ପୀ ପ୍ରଭୁ ଶ୍ରୀ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଗତ କିଛିବର୍ଷ ଧରି ଏକ ସାର୍ବଜନୀନ ପୂଜା ଭାବେ ପାଳିତ ହୋଇଆସୁଛି । ଚଳିତବର୍ଷ ଏହି ପୂଜା ରବିବାର ଠାରୁ ଜିଲାବ୍ୟାପୀ ଧୁମ୍‌‌ଧାମରେ ଆରମ୍ଭ ହୋଇଛି । ବିଶେଷକରି ଖଣି ଓ ଶିଳ୍ପାନୁଷ୍ଠାନରେ ଭରପୂର ଜିଲାର ଯୋଡ଼ା-ବଡ଼ବିଲ ସମେତ ପଳାଶପଙ୍ଗା, ଶୁଆକାଟୀ ଏବଂ କେନ୍ଦୁଝର ସହରରେ ଏହି ପୂଜା ସପ୍ତାହେ ବ୍ୟାପୀ ଧୂମଧାମର ସହ ପାଳିତ ହୋଇଆସୁଛି।  କେନ୍ଦୁଝର ସହରର ଟିପିଏନଓଡିଏଲ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ, ଜିଲା ଠିକାଦାର ସଂଘ, ଘରୋଇ ବସ ମାଲିକ ସଂଘ, କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସହରରେ ଥିବା ସମସ୍ତ ମୋଟର ଯାନ ବ୍ୟବସାୟୀ ଓ ମୋଟର ଗ୍ୟାରେଜ ମାନଙ୍କରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ପ୍ରଭୁ ଶ୍ରୀ ଶ୍ରୀ ବିଶ୍ୱକର୍ମାଙ୍କ ଆକର୍ଷଣୀୟ ପ୍ରତିମୂର୍ତ୍ତି ଓ ସୁନ୍ଦର ସାଜସଜ୍ଜା କେନ୍ଦୁଝର ସହରକୁ ଉତ୍ସବମୁଖର ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଜନଗହଳି ଓ ଭକ୍ତଙ୍କ ଦର୍ଶନ ସୁବିଧା ଲକ୍ଷ୍ୟରେ ସନ୍ଧ୍ୟାରେ ବିଶେଷକରି ଟିପିଏନଓଡିଏଲ ଓ ପୂର୍ତ୍ତ କାର୍ଯ୍ୟାଳୟ ମେଢ ନିକଟରେ ପୁଲିସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ପଳାଶପଙ୍ଗାରେ ଜମୁଛି ବିଶ୍ୱକର୍ମା ପୂଜା

ଶିଳ୍ପନଗରୀ ଭାବେ ପରିଚିତ କେନ୍ଦୁଝର ସଦର ବ୍ଳକ ପଳାଶପଙ୍ଗା ପଞ୍ଚାୟତରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ରବିବାର ଠାରୁ ବେଶ୍‌‌ ଧୂମ୍‌‌ଧାମରେ ଆରମ୍ଭ ହୋଇଛି । ପଳାଶପଙ୍ଗାସ୍ଥିତ ଓଡିଶା ସ୍ପଞ୍ଜ ଲୁହା କରାଖାନା, ପାୱାର ଗ୍ରୀଡ କାର୍ଯ୍ୟାଳୟ, ମୁରୁସୁଆଁସ୍ଥିତ ବ୍ରାଣ୍ଡ ଷ୍ଟିଲ ଆଣ୍ଡ ପାୱାର, ହଳଦିଆଗୁଣାସ୍ଥିତ ଏମ୍‌‌ଏସ୍‌‌ପି ସ୍ପଞ୍ଜ ଆଇରନ କାରଖାନା, ହୁଣ୍ଡୁଳାସ୍ଥିତ ନାରାୟଣୀ ରାଇସ୍‌‌ ମିଲ, ଟାଙ୍ଗରାଣୀ, ପଳାଶପଙ୍ଗା ଓ ଜାମୁଡିହା ଗ୍ରାମର ବିଭିନ୍ନ ପୂଜାମଣ୍ଡପରେ ଆକର୍ଷଣୀୟ ପୂଜାମଣ୍ଡପ ସାଙ୍ଗକୁ ସୁଦୃଶ୍ୟ ଆଲୋକ ସାଜସଜ୍ଜା ଭକ୍ତଙ୍କୁ ବେଶ୍‌‌ ଆକୃଷ୍ଟ କରିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories