www.samajalive.in
Thursday, December 11, 2025
26.1 C
Bhubaneswar

ଗଞ୍ଜାମ ବ୍ଲକରେ ଶିକ୍ଷକ ସଂଘର ଗଣଧାରଣା; ସବୁ ସ୍କୁଲ ବନ୍ଦ

ଗଞ୍ଜାମ : ରାଜ୍ୟ ଏବଂ ଜିଲ୍ଲା ଏୟୁଟିଏଫ୍ ଶିକ୍ଷକ ସଂଘର ଆହ୍ଵାନକ୍ରମେ ଗଞ୍ଜାମ ବ୍ଲକ୍ ଏୟୁଟିଏଫ୍ ଶିକ୍ଷକ ସଂଘ ନେତୃତ୍ୱରେ ପିଷ୍ଟା, କନିଷ୍ଠ ଶିକ୍ଷକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହି ତିନି ଦଫା ନେଇ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଗଣଧାରଣା ଦେଇଛନ୍ତି। ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଶିକ୍ଷକ ନେତାମାନେ ସୂଚନା ଦେଇଛନ୍ତି । ସେହି ତିନି ଦଫା ଦାବି ମଧ୍ୟରେ ଠିକା ନିଯୁକ୍ତି ବାତିଲ ସହ ଛଅ ବର୍ଷ କାର୍ଯ୍ୟ କାଳକୁ ମୂଳ ଚାକିରୀରେ ଗଣନା କରି ନେସଲାନ ଇନ୍‌କ୍ରିମେଣ୍ଟ ଦେବା, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ରଭୁକ୍ତ କରି କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଚାକିରୀ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁନଃ ପୁରୁଣା ପେନସନ ଲାଗୁ କରିବା ଇତ୍ୟାଦି ଦାବୀ କରିଛନ୍ତି ଶିକ୍ଷକମାନେ । ଏହି ଗଣ ଧାରଣାରେ ଏୟୁଟିଏଫ୍ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଗଜେନ୍ଦ୍ର ମାଝି, ସମ୍ପାଦକ ଲକ୍ଷ୍ମଣ ନାହାକ, କୋଷାଧ୍ୟକ୍ଷ ଜୟକୃଷ୍ଣ ତ୍ରିପାଠୀ ମିଳିତ ଶିକ୍ଷକ ମଞ୍ଚର ନିରଞ୍ଜନ ମହାପାତ୍ର, ଏୟୁଟିଏଫର ସମ୍ପାଦକ ଅଭିରାମ ନାୟକ, ରାଜ୍ୟ ପିଷ୍ଟା ସଂଘର କାର୍ୟ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସଭାପତି ପ୍ରଫୁଲ୍ଲ ମାଝୀ, କନିଷ୍ଠ ଶିକ୍ଷକ ସଂଘର ସ୍ୱାଗତିକା ଦଳାଇ, ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ପ୍ରାଥମିକ ଶିକ୍ଷକଙ୍କ ଟାଳଟୁଳ ନୀତିକୁ ଘୋର ନିନ୍ଦା କରିଥିଲେ। ଏହି ଗଣ ଧାରଣାରେ ଗଞ୍ଜାମ ବ୍ଲକର ୩୫୦ରୁ ଊର୍ଦ୍ଧ୍ବ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories